Spread the love

ବ୍ଲକ ସ୍ଥରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ରେ କମଗାଁ କ୍ଳଷ୍ଟାର ପ୍ରଥମ
ଭଟଲି(ଅଭିମନ୍ୟୁ ପଧାନ ):- ଭଟଲି ରେ ବ୍ଲକ ସ୍ଥରୀୟ ଶିଶୁ ମହୋତ୍ସବ ‘ସୁରଭି’ ସ୍ଥlନିୟ ଦଧିବାମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଇଓ ମଚ୍ଛିନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ସମାଜସେବୀ ପ୍ରହଲ୍ଲାଦ ପ୍ରଧାନ, ଏବିଇଓ ରୀତାରାଣୀ ତ୍ରିପାଠୀ, ପ୍ରଧାନଶିକ୍ଷକ ତୋଳାମଣି ଭୁକ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଇଓ ଶ୍ରୀ ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି, ଏବିଇଓ ରୀତାରାଣୀ ତ୍ରିପାଠୀ, ସିଆର୍‌ସିସି ଲୋକନାଥ ମେହେର, ପ୍ରଧାନଶିକ୍ଷକ ଶ୍ରୀ ଭୁକ୍ତା, କୁସନପୁରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ପ୍ରତିଯୋଗିତାରେ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଝାଙ୍କରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସ୍ଥାନୀୟ ଶାଢି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଆନନ୍ଦ ସାହୁ, ପ୍ରକାଶ ସାହୁ, ବୈରାଗୀ ସାହୁ ଓ କୈଳାସ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ | ଭଟଲି କ୍ଲଷ୍ଟରର ଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷିତ ହୋଇଥିଲା। ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରଗଣ ପରିଚାଳନା ରେ ସହଯୋଗ କରଥିଲେ l

Leave a Reply

Your email address will not be published. Required fields are marked *