ବ୍ୟବସାୟୀଙ୍କ ସ୍କୁତିଚାରଣ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ

ଯାଜପୁର ,୨୭/୧୦(ଜାଗ୍ରତ ଭାରତ ନ୍ୟୁଜ) ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ବ୍ୟବସାୟୀ ତଥା ଡ଼ାକ ବିଭାଗର କର୍ମଚାରୀ ସ୍ବର୍ଗତ ଧ୍ରୃବଚରଣ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାଧ୍ୟାପକ ଡ଼ ପଦ୍ମଚରଣ ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତି ଗୋପିନାଥ ଦାସ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ, ସାମ୍ବାଦିକ ଅନିରୁଦ୍ଧ ବେଉରିଆ, ବରିଷ୍ଠ ନାଗରିକ ମଞର ସମ୍ପାଦକ ସୁଶାନ୍ତ କୁମାର ନାୟକ,କବି ପ୍ରଦୀପ୍ତ କୁମାର ଦାସ ,କବି ଜିତେନ୍ଦ୍ର ବେହେରା, ଆଇନଜୀବୀ ଅମ୍ବିକା ପ୍ରସାଦ ସାମଲ, ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆ,ପୃର୍ବତନ ବ୍ଳକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା, ପ୍ରାକ୍ତନ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାସ, ମନୋଜ ପରିଡ଼ା, ପୃର୍ବତନ ଶିକ୍ଷା ବିଭାଗର ଏବିଇଓ ପ୍ରମୋଦ କୁମାର ସାମଲ, ଶିକ୍ଷାବିତ ସୁରେନ୍ଦ୍ର କୁମାର ପତି,ବିଷ୍ଟୁଚରଣ ସାମଲ, ଧନେଶ୍ଵର ଦାସ, ଶିକ୍ଷାବିତ ନିରଞ୍ଜନ ଦାସ, ଉତ୍ତମ କୁମାର ଦାସ, ପୃର୍ବତନ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ଥାଟୋଇ, ପ୍ରମୋଦ କୁମାର ସାମଲ, ଉମେଶ ଚନ୍ଦ୍ର ଦାସ, ଶିକ୍ଷକ ମୀନକେତନ ପୁହାଣ, ଶିକ୍ଷକ ଭାରତ ଭୁଷଣ ମଲ୍ଲିକ, ଶିକ୍ଷାବିତ ରାମଚନ୍ଦ୍ର ନାୟକ, ଗୁରୁଚରଣ ସାହୁ, ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସେଠୀ,କବି ଖଗେଶ୍ବର ସାହୁ, ଶିକ୍ଷକ ରତ୍ନାକର ସାହୁ, ଶଶିକାନ୍ତ ଦାସ, ଶିଶିର ଦାସ, ଶଙ୍କର୍ଷଣ ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଧ୍ରୃବଚରଣ ସାହୁ ଏକାଧାରରେ ଜଣେ ଆଦର୍ଶ ବ୍ୟକ୍ତି ତଥା ସମାଜସେବୀ, ପରୋପକାରୀ ଧର୍ମନୁରାଗୀ ଏବଂ ସମସ୍ତଙ୍କ ଦୁଃଖ ସୁଖର ସାଥି ରେ ଠିଆ ହେଉଥିବା ବ୍ୟକ୍ତି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ସ୍ବର୍ଗତ ଧ୍ରୃବଚରଣ ସାହୁଙ୍କ ପୁତ୍ର ତଥା ସାମ୍ବାଦିକ ସରୋଜ କୁମାର ସାହୁ। ଏହି ଉପଲକ୍ଷେ କବିତା ପାଠୋତ୍ସବ ରେ କବିମାନେ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ କୁ ଚୈତନ୍ୟ ଚରଣ ସାହୁ,ସତ୍ୟବାନ ସାହୁ, କ୍ଷିରୋଦ କୁମାର ସାହୁ ଏବଂ ବନ୍ଧୁ ବର୍ଗ ସହଯୋଗ କରିଥିଲେ।
ଯାଜପୁର ଜିଲ୍ଲା ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

