ବ୍ୟାଙ୍କରୁ ୫୦ହଜାରଟଙ୍କା ପକେଟମାର ମାମଲାରେ, ମହମ୍ମଦ ମାସିଦ୍ ଗିରଫ
ବ୍ୟାଙ୍କ୍ ପରିସରରୁ ଦିନ ଦ୍ୱିପ୍ରହରରେ ଟଙ୍କା ଲୁଟ୍ ମାମଲାରେ ମହମ୍ମଦ ମାସିଦ୍ ଗିରଫ। ଗତ ୭ତାରିଖ ଦିନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୫୦ ହଜାର ଟଙ୍କା ପକେଟମାର ହୋଇଥିବା ଘଟଣାରେ ଚମ୍ପୁଆ ପୋଲିସ ପକେଟ ମାର କରିଥିବା ଯୁବକକୁ ଗିରଫ କରିଛି। ଏଥି ସହିତ ଚମ୍ପୁଆ ପୋଲିସ୍ ତା ନିକଟରୁ ନଗଦ ୪୫ହଜାର ଟଙ୍କା ଏକ ମୋବାଇଲ ଏକ ମୋଟର ସାଇକେଲ ମଧ୍ୟ ଜବତ କରିବା ନେଇ ସୂଚନା।ଗତ ସାତ ତାରିଖରେ ଶଶାଙ୍ଗ ଗ୍ରାମର ଧନେଶ୍ୱର ମହାକୁଡ଼ ଘର ନିର୍ମାଣ କାମ କରାଉଥିବାରୁ ଶ୍ରମିକମାନଙ୍କୁ ମଜୁରି ଦେବା ପାଇଁ ଚମ୍ପୁଆ ବ୍ୟାଙ୍କଅଫ ଇଣ୍ଡିଆ ଶାଖାରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇବା ପରେ ସେ ଏହାକୁ ପ୍ୟାଣ୍ଟ ପକେଟରେ ରଖି ପାଶବହି କୁ ଅପଡେଟ କରିବା ସମୟରେ ପକେଟରୁ ଟଙ୍କା ପକେଟ ମାର ହୋଇଯାଇଥିଲା । ବ୍ୟାଙ୍କ ଭିତରେ କେହି ତାଙ୍କ ପକେଟରୁ ଟଙ୍କା ନେଇଯାଇଥିବା ନେଇ ଧନେଶ୍ଵର ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ CCTV ଫୁଟେଜ୍ ଯାଞ୍ଚ କରି ଝାଡ଼ଖଣ୍ଡର ମଝିଗାଁ ଅଞ୍ଚଳରୁ ଅଭିଯୁକ୍ତ ମହମ୍ମଦ ମାସିଦ୍ କୁ ଗିରଫ କରିଛି ଚମ୍ପୁଆ ପୋଲିସ। ତା ନିକଟରୁ ଲୁଟ୍ କରିଥିବା ୫୦ହଜାର ଟଙ୍କା ମଧ୍ୟରୁ ୪୫ ହଜାର ଟଙ୍କା ଜବତ୍ କରିଛି ପୋଲିସ। ତାକୁ ଗିରଫ କରିବା ସହ ସେ ବ୍ୟବହାର କରିଥିବା ଏକ ମୋଟର ସାଇକେଲ ଓ ଏକ ମୋବାଇଲ ଫୋନ୍ କୁ ମଧ୍ୟ ଜବତ କରିଛି ଚମ୍ପୁଆ ପୋଲିସ।।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

