ଭଟଲି ବ୍ଲକ ପରିସରରେ ନୂଆ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ
ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଳକ ଅଫିସ୍ରେ ଶୁକ୍ରବାର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ୬୯୦ ଜଣ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେଯୋଗ ଦେଇ ୨ ଜଣଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ବ ଭତ୍ତା, ୫୩ ଜଣଙ୍କୁ ଭିନ୍ନକ୍ଷମ, ୧୧ ଜଣଙ୍କୁ ୬୦%ରୁ ଅଧିକ ଭିନ୍ନକ୍ଷମ, ୭ ଜଣ ସ୍ବାମୀ ପରିତ୍ୟକ୍ତା, ୪୪୧ ଜଣଙ୍କୁ ବାର୍ଦ୍ଧକ୍ୟ, ୩୨ ଜଣ ଅବିବାହିତ ମହିଳା ଏବଂ ୧୪୪ ଜଣ ହିତାଧକାରୀଙ୍କୁ ବିଧବା ଭତ୍ତା ବଣ୍ଟନ କରିଥିଲେ। ଏହା ସହ ଜନସାଧାରଣଙ୍କୁ ଯୋଜନା ସମ୍ପର୍କରେ ଅବଗତ କରିବା ପାଇଁ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଥିଲା | ଯୋଗ୍ୟ ବ୍ୟକ୍ତିମାନେ ଭତ୍ତା ପାଇଁ ବିଡିଓଙ୍କ କାର୍ଯ୍ୟାଳୟରେ ଅଥବା ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବ | ଭତ୍ତା ପାଉଥିବା ହିତାଧିକାରୀ ୮୦ ବର୍ଷ ବୟସ ପୂରଣ କରିବା ପରେ ପରବର୍ତ୍ତୀ ମାସରୁ ସ୍ବୟଂଚାଳିତ ଭାବେ ବଦ୍ଧିତ ହାରରେ ଭତ୍ତା ପାଇବେ ବୋଲି ଶ୍ରୀ ଆଚାର୍ଯ୍ୟ ଅବଗତ କରାଇଥିଲେ | ବିଡିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରତାପ ପଧାନ, ପୂର୍ବ ସରପଞ୍ଚ ପ୍ରହଲ୍ଲାଦ ପଧାନ ମଞ୍ଚାସୀନ ଥିଲେ। ଏବିଡିଓ ଜ୍ୟୋତ୍ସ୍ନାରାଣୀ ଗଡ଼ତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବ୍ଲକର ୧୬ଟି ପଞ୍ଚାୟତରୁ ହିତାଧୀକାରୀମାନେ ଯୋଗ ଦେଇଥିଲେ । ବିଏସ୍ଏସ୍ୱ ଆଶିଷ ନାଏକ ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ବ୍ଳକ ଅଫିସ୍ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

