Spread the love

ଭଡ଼ାଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି।

ଯୋଡ଼ାଥାନା ଅନ୍ତର୍ଗତରେ ଶିକ୍ଷୟତ୍ରୀଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଯୋଡ଼ା ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଣ୍ଟ୍ରାକ୍ଟର କଲୋନୀସ୍ଥିତ ଏକ ଭଡ଼ା ଘରୁ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା। ମୃତ ଶିକ୍ଷୟିତ୍ରୀ ହେଉଛନ୍ତି ବାରିପଦାର ୩୧ ବର୍ଷୀୟା ରୋଜାଲିକା ପାତ୍ର। ରୋଜାଲିକା ଲହଣ୍ଡା ଆଦର୍ଶ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସେ ଯୋଡ଼ା ସହରର କଣ୍ଟ୍ରାକ୍ଟର କଲୋନୀରେ ଏକ ଭଡ଼ା ଘରେ ରହୁଥିଲେ।
ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା ସୂଚନା ମିଳିଛି। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା । ଜବତ ସୁଇସାଇଡ୍ ନୋଟ୍‌ରେ କଣ ଲେଖାଯାଇଛି ଏବଂ ମୃତ୍ୟୁ ପଛର କାରଣ କଣ ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

You missed