Spread the love

:: ମହାମହିମ ରାଜ୍ୟପାଳଙ୍କ ଅତାବିରା ଗସ୍ତ :: ବରଗଡ:୧୧/୧୦(ପବିତ୍ର ମେହେର) KACA ର ୨୩ ତମ ପ୍ରତିଷ୍ଠା ଦିବସ


ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ପରିସର ଭିତରେ କୋଶଲ ଆନ୍ଧ୍ର କଲଚରାଲ ଏସୋସିଏସନର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ି ମୁରଳୀକୃଷ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ ହରିବାବୁ କୁଂଭମପତି ଓ ତାଙ୍କର ସହଧର୍ମିଣୀ ଜୟଶ୍ରୀ କୁଂଭମପତି ଅତିଥି ଭାବରେ ଯୋଗଦେଇ ଓଡ଼ିଶାରେ ଥିବା ଆନ୍ଧ୍ର ବାସୀଙ୍କ ପଶ୍ଚିମ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଥିବା ପ୍ରଥା, ପରମ୍ପରା ଓ ତାଙ୍କ ମଧ୍ୟରେ ରହିଥିବା ଏକତା ଓ ସମନ୍ଵୟକୁ ଭୁୟସୀ ପ୍ରଶଂସା କରିଥିଲେ। ଏହା ସହିତ ଅତାବିରାରେ ନିର୍ମାଣ ହେବାକୁ ଥିବା ତିରୁପତି ବାଲାଜୀ ମନ୍ଦିର ପାଇଁ ଆବଶ୍ୟକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ନିହାର ମହାନନ୍ଦ, ବି ସୁରେଶ, ଉପଦେଷ୍ଟା ଜି ସୂର୍ଯ୍ୟନାରାୟଣ, ଭି ଶ୍ରୀନିବାସ ପ୍ରମୁଖ ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ। ଡ଼ r s v କ୍ରିଷ୍ଣା ମଞ୍ଚ ପରିଚାଳନା କରିଥିଲେ। ଏମ୍ ବାଳ ଶୁଭ୍ରମଣ୍ୟମ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରିଷ୍ଣା ବିକାଶ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତେଲୁଗୁ ଓ ସମ୍ବଲପୁରୀର ମିଳିତ ନୃତ୍ୟ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *