Spread the love

### ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ସମ୍ମୁଖରେ ୧୫ ଦିନ ହେଲା ପାଇପ୍ ଫାଟି ପାଣି ଜମା, ଭକ୍ତ ଓ ଜନସାଧାରଣ ହନ୍ତସନ୍ତ

ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ସମସ୍ୟା, ତୁରନ୍ତ ମରାମତି ପାଇଁ ପ୍ରଶାସନ ନିକଟରେ ଦାବି

ବ୍ରହ୍ମପୁର: ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ପାଇପ୍ ଫାଟି ରାସ୍ତା ଉପରେ ପାଣି ଜମି ରହିଛି। ଦୀର୍ଘ ୧୫ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ସମେତ ମନ୍ଦିରକୁ ଆସୁଥିବା ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମନ୍ଦିର ସମ୍ମୁଖ ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଯାତାୟାତ କରୁଥିବା ବେଳେ ରାସ୍ତା ଉପରେ ନିରନ୍ତର ପାଣି ପ୍ରବାହିତ ହେବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ବିଶେଷକରି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ବୟସ୍କ ବ୍ୟକ୍ତିମାନେ ଅଧିକ ହଇରାଣ ହେଉଛନ୍ତି।

ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ଏଯାଏଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

ଏଭଳି ଏକ ଧାର୍ମିକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘଦିନ ଧରି ପାଣି ଜମି ରହିବା ଘଟଣାକୁ ପ୍ରଶାସନ ଗମ୍ଭୀରତାର ସହ ନେବା ସହ ତୁରନ୍ତ ଫାଟିଥିବା ପାଇପ୍ ମରାମତି କରି ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *