Spread the love

### ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାରେ ଯୋଗଦେଲେ ଅନୁଗୋଳ ବିଧାୟକ, ମା’ଙ୍କ ଆଶୀର୍ବାଦ କାମନା କଲେ

ଗଡସନ୍ତ୍ରୀ ଓ ତୁଳସୀପାଳରେ ଭକ୍ତିମୟ ପରିବେଶ, ସମସ୍ତଙ୍କ ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଭକ୍ତି ଓ ଶ୍ରଦ୍ଧାର ପରିବେଶ ମଧ୍ୟରେ ଯୋଗଦେଇଥିଲେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ଏହି ଧାର୍ମିକ ଉତ୍ସବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଅନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

ବାର୍ଷିକ ଯାତ୍ରା ଅବସରରେ ମା’ ଲୋଭୀ ଠାକୁରାଣୀଙ୍କ ଦର୍ଶନ କରି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମା’ଙ୍କ ଆଶୀର୍ବାଦ କାମନା କରିଥିଲେ। ଏଥିସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ମା’ଙ୍କ କୃପା ସମସ୍ତଙ୍କ ଉପରେ ସଦାସର୍ବଦା ରହୁ ଏବଂ ତାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି ବିଧାୟକ ଶୁଭକାମନା ଜଣାଇଥିଲେ।

ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅଞ୍ଚଳର ଲୋକଙ୍କ ଆସ୍ଥା, ଭକ୍ତି ଓ ପରମ୍ପରାର ଏକ ନିଆରା ପ୍ରତୀକ ଭାବେ ପାଳିତ ହୋଇଥାଏ।

Leave a Reply

Your email address will not be published. Required fields are marked *