Spread the love

ଭୂବନେଶ୍ୱର, ୧୮/୦୧ : ସୁକୁମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ମିଳିଛି ଏକ ବଡ ସଫଳତା । ମାଟି ତଳୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି ଯବାନ । ଗତ ୨ ଦିନ ଧରି ଦକ୍ଷିଣ ବସ୍ତର ଅନ୍ତର୍ଗତ ସୁକୁମା, ବିଜାପୁର ଓ ତେଲେଙ୍ଗାନାରେ ବଡ ଧରଣର ଅପରେସନ ଲଂଚ କରା ଯାଇ ଥିବା ବେଳେ ୧୨ ମାଓବାଦୀ ଏହି ଅପରେଶନ ରେ ପ୍ରାଣ ହରାଇ ଥିଲେ ।ତେବେ ସୁକୁମା ବିଜାପୁର ସୀମାବର୍ତ୍ତୀ ତଲପେରୁ ଏ ତୁମରେଲ ନଦୀ ମଝୀରେ ମାଟି ତଳୁ ଗୋଟିଏ ବଡ ମାଓ ଡମ୍ପ ଠାବ ହୋଇଥିଲା । ଲେଥ୍ ମେଶିନ ସହ କଟିଙ୍ଗ ମେଶିନ, ଡ୍ରିଲ ମେଶିନ୍ ଆଦି ସହ ପୁରା କାରଖାନା ଠାବ ହୋଇ ଥିଲା ମାଟିତଳୁ। ମାଟି ତଳେ ପୋତା ହୋଇ ଥିଲା ବଣ୍ଡଲ ବଣ୍ଡଲ ବିଦ୍ୟୁତ ତାର, ବନ୍ଧୁକ ତିଆରି ଲାଗି ବିଭିନ୍ନ ମାପରେ ପାଇପ୍। ବେମା ତିଆରି ଲାଗି କାଚ ବୋତଲ ଇତ୍ୟାଦି। ତେବେ ଏହି କାରଖାନାକୁ ନଷ୍ଟ କରିଛନ୍ତି ଡିଆରଜି ଯବାନ। ଗୁରୁବାର ସର୍ଚ ଅପରେଶନ ପରେ ୫ ମହିଳା ସମେତ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୩ଟି ବିଜିଏଲ ଲଂଚର ସମେତ ୧୨ ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯବତ କରିଛନ୍ତି ଯବାନ ।

Leave a Reply

Your email address will not be published. Required fields are marked *

You missed