Spread the love

ରଜାଙ୍ଗ ସରକାରୀ ଉପ୍ରା ବିଦ୍ୟାଳୟରେ ଜାତୀୟ ପ୍ରେସ ଦିବସ ପାଳନ କଲେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ୱାଦିକ ସଂଘ, ସାମ୍ବାଦିକତା ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଉପରେ ଆଲୋଚନା

ହିନ୍ଦୋଳ ୧୬-୧୧-୨୬- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ୱାଦିକ ସଂଘ ପକ୍ଷରୁ ଆଜି ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଦଣ୍ଡିରି ପଞ୍ଚାୟତର ଉପାନ୍ତ ଅଞ୍ଚଳ ରଜାଙ୍ଗ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘ ପକ୍ଷରୁ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ବିସ୍କୁଟ ଓ ଚକୋଲେଟ ପ୍ରଦାନ କରା ଯିବା ସହ ଶିକ୍ଷାଦାନ ଉପରେ ଗଭୀର ଭାବେ ଆଲୋଚନା କରା ଯାଇ ଥିଲା। ବିଦ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ନେଇ ପଞ୍ଚାୟ ସମିତି ସଭ୍ୟ ସୂର୍ଯ୍ୟ ନାରାୟଣ ସିଂ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍କୁଲରେ ପାନୀୟ ଜଳ ସମସ୍ୟା, ପାଚେରୀ ନିର୍ମାଣ ଭଳି ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଥିବାରୁ ଉପସ୍ଥିତ ଅତିଥି ମାନେ ସଂଘର ଦୃଷ୍ଟି ଆକର୍ଷଣ କରି ସମସ୍ୟା ସମାଧାନ କରାଇବାକୁ ଅନୁରୋଧ ରଖିଥିଲେ। ପ୍ରାରମ୍ଭରେ ସଂଘର ସଭାପତି ବିକ୍ରମ ସାହୁଙ୍କ ସଭାପତିତ୍ବରେ ସାତମାଇଲ୍ ନିକଟରେ ବ୍ୟବସାୟ ପ୍ରତିଷ୍ଠାନ ୯୯/୯୯ ପରିସରରେ ଥିବା ଏକ କକ୍ଷ ମଧ୍ୟରେ ପ୍ରେସ ଦିବସ ପାଳନ କରା ଯାଇ ଥିଲା। ଏଥିରେ ସାଧାରଣ ସଂପାଦକ ସୁଜିତ କୁମାର ବେହେରା, କାର୍ଯ୍ୟକାରି ସଭାପତି ସନାତନ ନାଥ, ଉପଦେଷ୍ଟା ଦେବବ୍ରତ ନାୟକ, ସୁଜିତ ପୁଷ୍ଟି, ବାବୁ ପଣ୍ଡା, ବିଭୁ ସତପଥୀ, ସୁମନ୍ତ ବେହେରା, ଦୀପକ ନାୟକ, ପିଣ୍ଟୁ ସେଠି ପ୍ରମୁଖ ସଭ୍ୟ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସର ଅନୁଚିନ୍ତା ସମ୍ପର୍କରେ ଗଭୀର ଭାବେ ଆଲୋଚନା କରି ଥିଲେ।

Leave a Reply

Your email address will not be published. Required fields are marked *