Spread the love

ରାଜରାସ୍ତାକୁ ଓହ୍ଲାଇବ ବିରୋଧୀ ମେଣ୍ଟ: କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କେଉଁ ସେବା ଚାଲୁ ରହିବ?

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକ ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଲି, ପିକେଟିଂ ଓ ବିକ୍ଷୋଭ କରାଯିବ। ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ, ବାମଦଳ ସମେତ ଇଣ୍ଡିଆ ବ୍ଲକ୍‌ର ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ।

ବନ୍ଦ ସମୟରେ ସାଧାରଣ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଗାଡ଼ି ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ଉପରେ ଏହାର ପ୍ରଭାବ ପଡ଼ିପାରେ।

କ’ଣ ବନ୍ଦ ରହିପାରେ?

  • ବସ୍‌, ଅଟୋ ଓ ଟ୍ୟାକ୍ସି ଚଳାଚଳ
  • ଟ୍ରକ୍‌ ଓ ଅନ୍ୟ ସାଧାରଣ ପରିବହନ
  • ସ୍କୁଲ୍‌ ଓ କଲେଜ୍‌
  • ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ
  • ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ

କ’ଣ ଖୋଲା ରହିବ?

ଜରୁରୀ ଓ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ତେଣୁ—

  • ହସ୍ପିଟାଲ୍‌ ଓ ଚିକିତ୍ସା ସେବା
  • ଆମ୍ବୁଲାନ୍ସ
  • ଔଷଧ ଦୋକାନ
  • କ୍ଷୀର ଯୋଗାଣ ଓ କ୍ଷୀର ଗାଡ଼ି
  • ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା

ସାଧାରଣ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପ ବନ୍ଦ ଯୋଗୁଁ ପ୍ରଭାବିତ ହୋଇପାରେ। ତେଣୁ ଆବଶ୍ୟକ କାମ ଥିଲେ ଲୋକମାନେ ଆଗୁଆ ପ୍ରସ୍ତୁତି ନେବାକୁ ପଡ଼ିପାରେ। ସେପଟେ ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୁଲିସ୍‌ର ନଜର ରହିବ।

Leave a Reply

Your email address will not be published. Required fields are marked *