ରାଧାକୃଷ୍ଣ ବଜାର ମା’ ମଙ୍ଗଳାଙ୍କ ପୀଠରେ ନିଶା ମଙ୍ଗଳବାର ଓଷା ପାଳିତ
ଢେଙ୍କାନାଳ ରାଧାକୃଷ୍ଣ ବଜାରସ୍ଥିତ ମା’ ମଙ୍ଗଳାଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ନିଶା ମଙ୍ଗଳବାର ଓଷା ପାଳନ କରାଯାଉଛି।
ଏହି ଅବସରରେ ପ୍ରଥମେ ଭକ୍ତମାନଙ୍କ ପକ୍ଷରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ମା’ଙ୍କ ଅଧିବାସ ପୂଜା ସମ୍ପନ୍ନ କରାଯାଇଥିଲା। ମା’ଙ୍କ ନିକଟରେ ବିଭିନ୍ନ ପ୍ରକାରର ଫୁଲ ହାର ଓ ଭୋଗ ଲାଗି କରାଯିବା ସହ ନିଶା ମଙ୍ଗଳବାର ଓଷା ବହି ପଠନ କରାଯାଇଥିଲା।
ପିଲାମାନଙ୍କ ମଙ୍ଗଳ ଓ ପରିବାରର ସୁଖ, ଶାନ୍ତି ଏବଂ କଲ୍ୟାଣ କାମନା କରି ମହିଳାମାନେ ଏହି ଓଷା ପାଳନ କରିଥାନ୍ତି।
ନିଶା ମଙ୍ଗଳବାର ଓଷାକୁ ନେଇ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
