ଲଗାଣ ବର୍ଷାରେ ବେହାଲ୍ ଖଣି ଅଞ୍ଚଳ, ଧସିଲା ମାଟି ଅତଡ଼ା, ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ।

କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ମାଟି ଅତଡା ଖସି ଆସିବାରୁ ଯାତାୟତ ବାଧାପ୍ରାପ୍ତ।କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଯୋଡ଼ା ସହର ନିକଟ ୫୨୦ ନମ୍ବର ଜାତୀୟ ରାଜପଥ କାଳିମନ୍ଦିର ନିକଟରେ ଲଗାଣ ବର୍ଷାରେ ଧସିଲା ମାଟି ଅତଡ଼ା, ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ, ଯୋଡ଼ା ସହରରୁ ଏହି ରାସ୍ତା ବଡ଼ବିଲ ସହରକୁ ସଂଯୋଗ କରୁଛି । ଗତ ୨ଦିନ ଧରି ଏଠାରେ ଲଗାଣ ବର୍ଷା ହେବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଆଗକୁ ସ୍ଥିତି ଅଧିକ ଖରାପ ହେବା ପୂର୍ବରୁ ଏହି ରାସ୍ତାରେ ଯାତାୟତ କିଭଳି ସ୍ୱାଭାବିକ ହୋଇପାରିବ, ସେଥିପ୍ରତି ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ଦୃଷ୍ଟିଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
