ଶିକ୍ଷକଙ୍କ ୨ଦଫା ଦାବି ନେଇ ଆନ୍ଦୋଳନର ସଜବାଜ୍ଜ
ତାଳଚେର ଜିଏମକୁ ଦେଲେ ଦାବିପତ୍ର
ତାଳଚେର, ୨୭/୧୧ ପ୍ରାଥିମକ ଶିକ୍ଷକ ମହାସଂଘ ଓଡ଼ିଶା ଭୂବନେଶ୍ୱର ଆଗାମୀ ୦୪/୧୨/୨୦୨୬ ତାରିଖରେ ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦେବାକୁ ସମବେତ ବ୍ଲକ ସ୍ତରୀୟ ନେତୃମଣ୍ଡଳୀମାନେ ତାଳଚେର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନେ ୨ଦଫା ଦାବି ସମ୍ବଳିତ ଦାବିପତ୍ର ବିଇଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କର ଦାବି ମୂଳ ପଦବୀ ଅପଗ୍ରେଡ଼୍ କରି ଲେବୁଲ ୯ ଅନୁଯାୟୀ ମୂଳ ବେତନ ୩୫ହଜାର ୪ଶହ ଟଙ୍କା ପ୍ରଦାନ ଓ ୨୦୦୧ ମସିହା ଠାରୁ ପ୍ରାଥମିକ ଶିକ୍ଷକଙ୍କର ଠିକାକାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରିବା ସହ ନୈସନାଲ ଇନକ୍ରିମେଂଟ ପ୍ରଦାନ ରହିଛି । ୨୦୦୧ ମସିହାରୁ ସରକାରୀ ତରଫରୁ ପାଇଥିବା ଶିକ୍ଷକ, ଶିକ୍ଷୟତ୍ରୀମାନେ ସେମାନଙ୍କର ୬ବର୍ଷକାଳ ୧୫ଶହଟଙ୍କା ପାରିଶ୍ରମିକରେ ଠିକାଭାବେ ନିଯୁକ୍ତି ପାଇଥିଲେ । ସେମାନେ ବାରମ୍ବାର ଦାବି କରିବାପରେ ରାଜ୍ୟ ସରକାର ଏମାନଙ୍କୁ ନିୟମିତ ଶିକ୍ଷକ, ଶିକ୍ଷୟତ୍ରୀଭାବେ ଅନ୍ତର୍ଭୂକ୍ତ କରିଥିଲେ । କିନ୍ତୁ ୬ବର୍ଷ କାଳର୍ଯ୍ୟକାଳକୁ ଚାକିରୀ କ୍ଷେତ୍ର ମଧ୍ୟରେ ସରକାର ଗଣତିକୁ ନେଲେ ନାହିଁ । ଏହି ଶିକ୍ଷକମାନେ ବାରମ୍ବାର ଆଜକୁ ଦୀର୍ଘବର୍ଷ ହେବ ଆନ୍ଦୋଳନ କରୁଥିଲେ ମଧ୍ୟ ଏମାନଙ୍କୁ ବାରମ୍ବାର କମିଟି ଗଠନକରି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ପରବର୍ତି ମୂହର୍ତରେ ପ୍ରତାରଣା କରିଥିବାରୁ ସେମାନେ ବାଧ୍ୟ ହୋଇ ଆସନ୍ତା ୦୪/୧୨/୨୦୨୬ରେ ଆନ୍ଦୋଳନ କରିବାନେଇ ଡ଼ାକରା ଦେଇଥିବା ଶିକ୍ଷକ ମହଲରୁ ଶୁଣିବାକୁ ମିଳୁଛି ।
