ନୂତନ ନିର୍ମାଣଧିନ ପ୍ରଜାମଣ୍ଡଳ ପରିସରରେ ଲାଇବ୍ରେରୀ କରିବାକୁ ଉପଜିଲ୍ଳାପାଳଙ୍କୁ ଦାବିପତ୍ର
ତାଳଚେର, ୨୭/୧୧ ତାଳଚେର ପୌରପରିଷଦ ମଧ୍ୟମରେ ଦୀର୍ଘବର୍ଷରୁ ପବିତ୍ରମୋହନ ପାଠାଗାର, ଫାଷ୍ଟଗେଟରେ ପାଠାଗାର ଓ ବଡ଼ବଜାର ଠାରେ ପାଠାଗାର ଏପରି ୩ଟି ପାଠାଗାର ରହିଥିଲା । କିନ୍ତୁ ଏହି ୩ଟି ପାଠାଗାରକୁୁ ବନ୍ଦ କରିଦିଆଯାଇଥିବାରୁ ଏଠାକୁ ଦୈନିକ ଆସୁଥିବା ଛାତ୍ରଛାତ୍ରୀ, ବୈଜୟଷ୍ଠମାନେ ମାଗାଜିନ୍ ହେଉ କିମ୍ବା ବିଭିନ୍ନ ପୁସ୍ତକ ପୁସ୍ତିକାରୁ ପଢ଼ିବାରୁ ବଂଚିତ ହେଉଛନ୍ତି । ସୂଚନାକେନ୍ଦ୍ର ପିଆରଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାଟର ଭିତରେ ରହିଛି । ପୂର୍ବରୁ ପ୍ରଜାମଣ୍ଡଳ ଭବନରେ ଥିବା ପାଠାଗାରଟି ନୂତନ ପ୍ରଜାମଣ୍ଡଳ ଭବନରୁ ବାଦ୍ ପଡ଼ିବା ବଡ଼ ପରିତାପର ବିଷୟ ହୋଇଛି । ସ୍ୱାଧୀନତା ସଂଗ୍ରାମୀ ଜୀବନ ଓ ଗଡ଼ଜାତ ଆନ୍ଦୋଳନ ବହି ପଢ଼ିବା ସହ ସରକାରୀ ସ୍ତରର ଚାକରୀପାଇଁ ରେଲୱେ, ବ୍ୟାଙ୍କିଙ୍ଗ, ସିଭିଲ ସର୍ଭିସ୍ ଓ ଅନ୍ୟାନ୍ୟ ପଦପଦବୀରେ ଛାତ୍ରଛାତ୍ରୀମାନେ ଅଧ୍ୟନ କରିବାକୁ ଏହି ପାଠାଗାର ଗୁଡ଼ିକୁ ନିୟମିତ ଆସି ନିଜକୁ ପ୍ରସ୍ତୁତ କରିଥାନ୍ତି । ମାତ୍ର ପାଠାଗାର ଗୁଡ଼ିକ ନଥିବାରୁ ବର୍ତମାନ ପାଠକମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଏହାକୁ ଭିତିକରି ଆଜି ତାଳଚେର କିଛି ବୁଦ୍ଧିଜିବୀ ଉପଜିଳ୍ଳାପାଳଙ୍କୁ ସାକ୍ଷାତ କରି ପ୍ରଜାମଣ୍ଡଳ ପରିସରରେ ପୁନଃ ପାଠାଗାର ସ୍ଥାପିତ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।
