Spread the love

ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମବାର୍ଷିକ ପାଳିତ

ତାଳଚେର, ୨୩/୧୧ ତାଳଚରେ ଜଗନ୍ନାଥ ମନ୍ଦିର ପରିସରରେ ଆଜି ପବିତ୍ର କାର୍ତିକମାସ ମହାଦେବଙ୍କ ବଡ଼ଓଷା ଅବସରରେ ଶ୍ରୀ ସତ୍ୟସାଇ ସଂଗଠନ ପକ୍ଷରୁ ବାବାଙ୍କ ୧୦୧ତମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ତାଳଚେର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସତ୍ୟସାଇଙ୍କ ମନ୍ଦିରକୁ ସୁସଜ୍ଜିତ କରାଯାଇ ବାବାଙ୍କର ୪.୩୦ମିନିଟ୍ ସମୟରେ ସୁପ୍ରଭାତମ୍ ଏବଂ ନଗରକୀର୍ତନମ୍‌, ସକାଳ ୬ଘଟିକା ସମୟରେ ତପୋବନ ପାରାୟଣ ଜପ, ୭.୧୫ମିନିଟ୍‌ରେ ଶ୍ୱରୀୟ ପତକା ଉତୋଳନ, ୭.୩୦ମିନିଟ୍ ସମୟରେ ଷୋଡ଼ଶପୂଜା, ୧୦ଘଟିକା ସମୟରେ ବେଲୁନ୍ କାର୍ଯ୍ୟକ୍ରମ, ୨.୩୦ ମିନଟ୍‌ରେ ନାରାୟଣ ସେବା ଏବଂ ପୋଷାକ ବଂଟନ, ସନ୍ଧ୍ୟା ୫ଘଟିକାର ବାବାଙ୍କର ପତକା ଉତୋଳନ, ୫.୩୦ ବେଦମ ଜପ କରିବା, ସନ୍ଧ୍ୟା ୬ଘଟିକା ସମୟରେ ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପରେ ମଙ୍ଗଳଆରତୀ, ରାତ୍ର ୮ଘଟିକାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହାକୁ ନେଇ ଜଗନ୍ନାଥ ମନ୍ଦିର ପରିସରଟି ଉତ୍ସବମୁଖର ହେବା ସହ ଏକ ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହୋଇ ଉଠିଥିଲା । ଶ୍ରୀ ସତ୍ୟସାଇ ବାବାଙ୍କର କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଭାବ ବିହ୍ୱଳ ହୋଇଥିଲେ । ବାବାଙ୍କର ଏହି ୧୦୧ତମ ଜନ୍ମଦିନ ଉତ୍ସବରେ କମଳଲୋଚନ ପତି ଏବଂ ଶ୍ରୀ ସତ୍ୟସାଇ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ରହି ବାବାଙ୍କ ଆଶିିର୍ବାଦ ଭିକ୍ଷା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *