Spread the love

*ସରକାରୀ ହାଇସ୍କୁଲ ବଡ଼ମାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ସହ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳିତ ପାଳିତ*
ବରଗଡ:୨/୧୦(ପବିତ୍ର ମେହେର):ବରଗଡ ଜିଲ୍ଲା ଭଟଲି ବ୍ଲକ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ମାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସହ “ଅନ୍ତର୍ଜାତୀୟ ଅହିଂସା ଦିବସ” ପାଳିତ ହୋଇଯାଇଛି।ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀ ସ୍ନେହାରାଣୀ ସାହୁ,ପୁନମ୍ ମହାନନ୍ଦ,ନିବେଦିତା ଦୁଆନ, ରୋଶନୀ ମହାନନ୍ଦ,ଶୃତିରାଣୀ ମେହେର, ଗାୟତ୍ରୀ ସାହୁ,ସମୀକ୍ଷା ବୁଧିଆ ଛାତ୍ର ରୋହନ ସାହୁ ,ସାତ୍ୱିକ ସାହୁ ଏବଂ ଶିକ୍ଷକ ଅଗସ୍ତି ସାହୁ,ଶିକ୍ଷୟିତ୍ରୀ ମମତା ପଣ୍ଡା, ଅଞ୍ଜଳି ଗଣିତ, ସଂଯୁକ୍ତା ପ୍ରଧାନ,ପଦ୍ମିନୀ ବିଶ୍ୱାଳ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ତଥା ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଚାଳନାରେ ଶିକ୍ଷୟିତ୍ରୀ ସୁଧାରାଣୀ ପ୍ରଧାନ,ଶୀଳା ଭୋଇ,କଳ୍ପନା କାଲୋ,ସଂଯୁକ୍ତା ପ୍ରଧାନ,ଜ୍ୟୋତିର୍ମୟୀ ସାହୁ,ଶିକ୍ଷକ ପ୍ରମୋଦ ପଟେଲ,ପରିଚାଳନା କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।ଛାତ୍ରୀ ଟ୍ଵିଙ୍କିଲ୍ ମେହେର ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ଅଗସ୍ତି ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *