Spread the love

*ସରକାରୀ ହାଇସ୍କୁଲ ବଡ଼ମାଳରେ ବ୍ରିକ୍ସ ଧାରଣୀୟ ଜୀବନଶୈଳୀ ସପ୍ତାହ – ୨୦୨୬ ପାଳିତ*
କାର୍ଯ୍ୟ ଆଧାରିତ ପଦକ୍ଷେପ ମାଧ୍ୟମରେ ପରିବେଶ ଅନୁକୂଳ ଏବଂ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଦିଗରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ପାଇଁ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ହାଇସ୍କୁଲ ବଡ଼ମାଳରେ ବ୍ରିକ୍ସ ଧାରଣୀୟ ଜୀବନଶୈଳୀ ସପ୍ତାହ – ୨୦୨୬ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇକୋ କ୍ଲବ୍ ଶିକ୍ଷୟିତ୍ରୀ ସୁଧାରାଣୀ ପ୍ରଧାନଙ୍କ ସଂଯୋଜନା କ୍ରମେ ମିଶନ ଲାଇଫ୍ ଅଭିଯାନର ନୀତି ଉପରେ ଆଧାରିତ ମୁଖ୍ୟ ଥିମ୍ “ଏକ ସପ୍ତାହ,ସାତଟି ସଂକଳ୍ପ, ଏକ ପୃଥିବୀ”କୁ ନେଇ ସୁସ୍ଥ ଜୀବନଶୈଳୀ ପାଇଁ ଯୋଗ ଅଧିବେଶନ,ସବୁଜ ଶପଥ ପାଠ,ଏକ୍ ପେଡ୍ ମା କେ ନାମ୍, ବିଦ୍ୟୁତର ଅପଚୟ ରୋକିବା ଏବଂ ଶକ୍ତି-ଦକ୍ଷ ଉପକରଣର ବ୍ୟବହାର,ପାରମ୍ପରିକ ଜଳ ଉତ୍ସର ସଫେଇ,ବର୍ଷା ଜଳ ସଂରକ୍ଷଣ, ପୋଷଣୀୟ ଖାଦ୍ୟ ପ୍ରଣାଳୀ ଆପଣାଇବା,ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ,ଜୈବିକ ଚାଷ ପ୍ରତି ସଚେତନତା ବୃଦ୍ଧି,ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକର ବ୍ଯବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା,ଇ-ବର୍ଜ୍ୟବସ୍ତୁ ହ୍ରାସ,ସ୍ୱଚ୍ଛତା ଅଭିଯାନ,ଶକ୍ତି ସଂରକ୍ଷଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ କରାଯାଇଥିଲା।ଏହି ପରିବେଶ ଅନୁକୂଳ ଅଭିଯାନରେ ଇକୋ କ୍ଲବ୍ ଓ ଶକ୍ତି କ୍ଲବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ପରିଚାଲନା କମିଟୀର ଅଧ୍ୟକ୍ଷ ନରେନ୍ଦ୍ର ପ୍ରଧାନ,ଶିକ୍ଷକ ଆଶିଷ କୁମାର ବିଶି,ଅଗସ୍ତି ପ୍ରଧାନ,ପ୍ରମୋଦ ପଟେଲ,ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁ,ଅଞ୍ଜଳି ଗଣିତ,ସଂଯୁକ୍ତା ପ୍ରଧାନ,ଅର୍ଚ୍ଚନା ପ୍ରଧାନ,ଶୀଲା ଭୋଇ ଓ ମମତା ପଣ୍ଡା ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *