Spread the love

ସରସ୍ବତୀ ଶିଶୁ ମନ୍ଦିର, ଭଟଲି ରେ ଅଭିଭାବକ ଅଭିଭାବିକା ବୈଠକ

ଭଟଲି (ଅଭିମନ୍ୟୁ ପଧାନ ):- ସରସ୍ବତୀ ଶିଶୁ ମନ୍ଦିର, ଭଟଲି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଅଭିଭାବକ ଅଭିଭାବିକା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପୁଜାହାରୀ ସଭା କାର୍ଯ୍ୟ ପରିଚାଳନା କରି ସମସ୍ତ ଅଭିଭାବକ ଙ୍କ ଅଭିଭାବିକା ଙ୍କ ସୁ ଚିନ୍ତିତ ମତାମତ ଶୁଣିଥିଲେ l ତାକୁ ବିଚାର କୁ ନେଇ କିପରି ଭାବରେ ଛାତ୍ରଛାତ୍ରୀ ଶିକ୍ଷା ଓ ବିକାଶ କ୍ଷେତ୍ରରେ ଆଗକୁ ବଢ଼ି ପାରିବେ ସେ ବିଷୟ ରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶୈକ୍ଷିକ ଓ ସଂସ୍କାର ଉପରେ ବିଶେଷ ଆଲୋଚନା ହୋଇଥିଲା ଏବଂ ଛାତ୍ରଛାତ୍ରୀ ଙ୍କ କିପରି ଉନ୍ନତି ହେବା ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଅଭିଭାବକ ଅଭିଭାବିକା ଘରେ ଛାତ୍ରଛାତ୍ରୀ ଙ୍କୁ ସଂସ୍କାର ର ସହିତ ଜୀବନ ଶୈଳୀ ନିର୍ବାହ କରିବେ ସେ ବିଷୟ ରେ କହିଥିଲେ l ଏଥିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଲେ ନାରାୟଣ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *