Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାତକୋଶିଆରୁ ମଧ୍ୟପ୍ରଦେଶ ଯିବ ବାଘୁଣୀ ସୁନ୍ଦରୀ

 

ଜେ ବି ଏନ, ୦୯/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଦିନ ଗଡି ଗଡି ଚାଲିଛି l ଓଡିଶା ସରକାରଙ୍କ ଯୋଜନା ପରେ ଯୋଜନା ପ୍ରଣୟନ ଚାଲିଛି l ତନ୍ମଧ୍ୟରୁ ଜଳ ଓ ଜଙ୍ଗଲ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l ତେବେ ଓଡିଶାରେ କିଛି ଯୋଜନା ଛକ୍କା ଚଉକା ମାରୁଥିବା ବେଳେ ଅନ୍ୟ କିଛି ଯୋଜନା ପୁଣି ଶୂନ୍ୟରେ ଆଉଟ ହୋଇଯାଇ ଫେଲ ମାରିଛି l ତେବେ ଆସନ୍ତୁ ବିଚାର କରିବା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କେତେ ଦୂର ସଫଳ ଓ ଅସଫଳ ହୋଇଛି l ସୂଚନା ମୁତାବକ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ବାଘୁଣୀ ସୁନ୍ଦରୀ ସାତକୋଶିଆ ଛାଡ଼ିବ l ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାଘୁଣୀ ସୁନ୍ଦରୀକୁ ଓଡିଶାରୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ କେଶ ଦାଏର୍ କରିଥିଲେ l ପୂର୍ବରୁ ଗୋଟିଏ ବାଘ ସାତକୋଶିଆ ଅଞ୍ଚଳରେ ମୃତ୍ୟୁ ବରଣ କରିଥିବା ବେଳେ ସୁନ୍ଦରୀ ବାଘୁଣୀ ଆଜି ଅସହାୟ ବୋଲି ଉକ୍ତ ସ୍ଵେଚ୍ଛାସେବୀ ସଂଗଠନ ଦର୍ଶାଇ ଥିବା ଜଣାପଡ଼ିଛି l ଏହାକୁ ଆଖି ଆଗରେ ରଖି ହାଇକୋର୍ଟ ସୁନ୍ଦରୀକୁ ଫେରାଇ ଦେବା ପାଇଁ ଓଡିଶା ସରକାରଙ୍କୁ ଜଣାଇଛନ୍ତି l ତେଣୁ ଆଶା କରାଯାଉଛି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ଓଡ଼ିଶା ସରକାର ବାଘୁଣୀକୁ ହସ୍ତାନ୍ତର କରିବେ l ଗୋଟିଏ ଏନକ୍ଲୋଜର ମଧ୍ୟରେ ସୁନ୍ଦରୀ ଦିନ କାଟୁଥିବା ଜଣାପଡ଼ିଛି l ଏକଦା ସ୍ଥାନୀୟ ଅଞ୍ଚଳରେ ବାଘ ଓ ବାଘୁଣୀଙ୍କ ଆକ୍ରମଣରେ ବାରମ୍ବାର ପଶୁ ଓ ମନୁଷ୍ୟ ମୃତ୍ୟୁକୁ ନେଇ ପୋଡ଼ା ଜଳା ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏଥିରେ ବହୁ ଲୋକ ପୋଲିସ ସହିତ ସଂଘର୍ଷ କରିବା ପରେ ଗିରଫ ମଧ୍ଯ ହୋଇଥିଲେ l ଏତେ ସବୁ ଘଟଣା ପରେ ବନ ବିଭାଗ କୌଣସି ରାସ୍ତା ନ ପାଇ ପୁଣି ଥରେ ଏନକ୍ଲୋଜର ମଧ୍ୟକୁ ବାଘୁଣୀ ସୁନ୍ଦରୀ କୁ ଫେରାଇବାକୁ ବାଧ୍ୟ ହୋଇଥିଲେ l ସେହି ଦିନରୁ ଆରମ୍ଭ ହୋଇଥିଲା ଟର୍ଣ୍ଣିଂ ପଏଣ୍ଟ l ବନ ବିଭାଗ କର୍ମଚାରୀ କିନ୍ତୁ ବାଘୁଣୀକୁ ଏନକ୍ଲୋଜର ମଧ୍ୟକୁ ଫେରାଇ ଆଣିବା ପାଇଁ ନାକେଦମ ହୋଇ ଯାଇଥିଲେ l ଶେଷରେ ଏକ ପ୍ରଶିକ୍ଷିତ ହାତୀର ସାହାଯ୍ଯ ନେଇଥିଲେ ବନ ବିଭାଗ l ହାତୀ ସାହାଯ୍ୟରେ ବାଘୁଣୀକୁ ବେହୋସ୍ କରାଯାଇଥିଲା l ଏହି ସମୟରେ କିନ୍ତୁ ଜଙ୍ଗଲରେ ବିଭିନ୍ନ ପ୍ରକାର ଚୋରୀ କମିଥିବା ଅକଳନ କରାଯାଇଥିଲା l ବାଘୁଣୀ ଆସିବା ବେଳେ ଯେଉଁ ପ୍ରକାର ସମ୍ଭାବନା ରହିଥିଲା ସରକାରଙ୍କ ପାଖରେ, ଆଜି ଆଉ ସେ ସମ୍ଭାବନା ନାହିଁ, ଫିକା ହୋଇ ଯାଇଛି ସମସ୍ତ ଆଶା ଓ ଆକାଂକ୍ଷା l ତେବେ ବନ ବିଭାଗ ଓ ସରକାର ଏହି ସାତକୋସିଆ ପାଇଁ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଏବେ ଅସ୍ପଷ୍ଟ l ତଥାପି ଗ୍ରୀଷ୍ମ ରୁତୁ ପୂର୍ବରୁ ବାଘୁଣୀ ଫେରିଯିବ ମଧ୍ୟପ୍ରଦେଶ l

 

 

 

You missed