ସାତ ଦଫା ଦାବିନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଆନ୍ଦୋଳନ..,.
ଜୁନାଗଡ଼.. 26/11/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ )ଓଡିଶା ରାଜ୍ୟରେ ଅଙ୍ଗନୱାଡି କର୍ମୀ ରାଜ ରାସ୍ତାରେ ନିଜ ହକ ପାଇଁ ସାତ ଦଫା ଦାବିନେଇ ରାଜ ରାସ୍ତାରେ ଗାର୍ଜୁଥିବାବେଳେ,ସାରା ଜିଲ୍ଲା ର ସମସ୍ତ ବ୍ଲକ ରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ଆନ୍ଦୋଳନରେ ବସିଥିବାବେଳେ, ଜୁନାଗଡ଼ ସମନ୍ୱିତ ଶିଶୁଵିକାଶ କେନ୍ଦ୍ର ଶମ୍ଭୁଖରେ ଜୁନାଗଡ଼ ବ୍ଲକ ର ସମସ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ଓ ସହାୟିକା ଅଙ୍ଗନୱାଡି ସେଣ୍ଟର ବନ୍ଦକରି ନିଜର ଦାବିପୂରଣ ପାଇଁ ଆନ୍ଦୋଳନରେ ବସିଥିବା ଦେଖାଦେଇଛି, ସେଣ୍ଟର କୁ ଆସୁଥିବା କୁନି କୁନି ଛୁଅପିଲାଙ୍କ ଭ ବିଷ୍ୟତ ନଷ୍ଟ ହେବାରେ ଲାଗିଛି, ଯେତେ ଦିନ ପର୍ଯ୍ୟନ୍ତ ସରକାର ତାଙ୍କର ସାତ ଦଫାଦାବି ପୂରଣ ନ କରନ୍ତି ସେତେ ଦିନପାଇଁ ଆନ୍ଦୋଳନ ଜାରିରହିବବୋଲି, ଅଙ୍ଗନୱାଡି ସଭାନେତ୍ରୀ ଶ୍ରୀ ମତି, ପଦ୍ମା ସ୍ବିନୀ ଶବର, ସମ୍ପାଦିକା ଲଳିତା ଦୁରିଆ,ମିନା ଗୁରୁ, ଜୋସନା ଖୁରା, ପିୟମ୍ବଦା ମେହେର, ରେଣୁକା ସୁନାନୀ,ସିନ୍ଦୁକା, ବିଷ୍ଣୁ ପ୍ରିୟା ସୁନାନୀ, ସହାୟିକା ଧର୍ମିତା ଗୁରୁ, ମମତା ପ୍ରଧାନୀ, ବିଳନ୍ତା ଲେଞ୍ଜିଆ,ଗଣମାଧ୍ୟମ ଆଗରେ ଦାବିରଖିଛନ୍ତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ, ଏସଆଇ ଆର,ଗର୍ବବତୀ ମାଂ ର ଯତ୍ନ, ଛୁଆ ପିଲାର ସୁରକ୍ଷା, ଭି ଏଚ ଏନଡି,ଛୁଆଁ ଙ୍କ ଓଜନ, ମାଂ ଙ୍କ ସମସ୍ତ ଡକୁମେଣ୍ଟ ମୋବାଇଲ ରେ ଲୋଡ଼କରି, ଏମିତି ଅନେକ ଯୋଜନା ର କାମକରିବା, ଛୁଆ ଙ୍କୁ ଖାଇବାକୁ ଦେବା, ଗର୍ବବତୀ ମାଂ ଙ୍କୁ ଛତୁଆ ଠାରୁ ଅଣ୍ଡା ପର୍ଯ୍ୟନ୍ତ ଦେବା, ପୋଲିଓ ଦେବା,ଅନେକ ଭୁମିକା ରହି କାମକରୁଥିବାବେଳେ, ତାଙ୍କର ଦରମା, 10,000,ଓ ସହୟିକା ଙ୍କୁ 5000,କମ୍ପପଡୁଥିବା, ଦରଦାମ ବୃଦ୍ଧି କୁ ନେଇ ଚିନ୍ତା ପ୍ରକଟ କରି, ଓ 55 ବର୍ଷରେ ତାଙ୍କର ଫିଟନେସ ଦେବା କୁ ବିରୋଧ କରି ଏମିତି ଅନେକ ପ୍ରସ୍ତାବ କୁ ନେଇ, ସମସ୍ତ ଗାଁ ର ଅଙ୍ଗନୱାଡି କର୍ମୀ ସେଣ୍ଟର ବନ୍ଦ କରି ଅଜଜୁ ଦୁଇ ଦିନ ହେବ ଆନ୍ଦୋଳନରେ ବସିଥିବା ଦେଖାଦେଇଛି, ଓ ସରକାର କୁ ଅନୁରୋଧ କରିକହିଛନ୍ତି ଆମର ଦାବିଗୁଡ଼ାକ ପୁରଣକରିବା ପାଇଁ, ହେଲେ ଦେଖାଯାଉ ସରକାର ସେମାନଙ୍କର ଆନ୍ଦୋଳନକୁ ଗ୍ରହଣକରୁଛନ୍ତି କି ନାହିଁ ତାହା ଦେଖି ବାକୁ ବାକିରହିଲା,
