Spread the love

କାଶିପାଲି ବିଦ୍ୟାଳୟରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ ):- ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ସୃଜନଶୀଳ ପ୍ରତିଭାର ବିକାଶ ଲକ୍ଷ୍ୟରେ ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶିପାଲି ପରିସରରେ ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ସେଠଙ୍କ ଅଧ୍ୟକ୍ଷତାରେ ତଥା ବିଜ୍ଞାନ ଶିକ୍ଷକ ଦେବପ୍ରସାଦ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୋଟ ୩୦ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାରଙ୍ଗପୁର କ୍ଲଷ୍ଟରର ସିଆରସିସି ଗୁପ୍ତଚନ୍ଦ୍ର ରାଏ ଏବଂ ସମ୍ମାନିତ ଅତିଥି ଭାବେ ଭଡ଼ିଗାଁ କ୍ଲଷ୍ଟରର ସିଆରସିସି ସୁଜିତ କୁମାର ନନ୍ଦ ଯୋଗଦେଇ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ। ସୀମାନ୍ତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଚ୍ୟୁତ ସାହୁ ଏବଂ ତାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବାର୍ଚ୍ଚନ ବାରିକ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରେଷ୍ଠ ପ୍ରକଳ୍ପଟି ଆଗାମୀ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଥିଲl l ଉଦ୍‌ଯାପନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାନେତ୍ରୀ ଶ୍ରୀମତୀ ମିତା ପଧାନ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଶାନ୍ତି କମିଟିର ସଭାପତି ସରୋଜ କୁମାର ମହାପାତ୍ର ଓ ସମାଜସେବୀ ନିତ୍ୟାନନ୍ଦ ମହାପାତ୍ର ଯୋଗଦେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। କନିଷ୍ଠ ବିଭାଗରେ ଝରେଶ୍ୱର ଗୁରୁ ପ୍ରଥମ, ମନୀଷା ପ୍ରଧାନ ଦ୍ୱିତୀୟ ଓ ଗୁଞ୍ଜନ ଭୁଏ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବରିଷ୍ଠ ବିଭାଗରେ ନୁପୁର ସାହୁ ପ୍ରଥମ, ସୌମ୍ୟରଞ୍ଜନ ମହାପାତ୍ର ଦ୍ୱିତୀୟ ଓ ନୈତିକ ପଧାନ ତୃତୀୟ ସ୍ଥାନ ହାସଲ କରିଥିଲେ। ଉଭୟ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଭବିଷ୍ୟତରେ ଦକ୍ଷ ବୈଜ୍ଞାନିକ ଗଢ଼ିତୋଳିବାରେ ସହାୟକ ହେବ ବୋଲି କହିଥିଲେ l
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ରାମନାରାୟଣ ରଥ, ନେହେରୁ ପାଇକ, ଦୟାନିଧି ମହାପାତ୍ର, ଶିଶୁସେବିକା ଲୀଳାବତୀ ବିଶି ଏବଂ ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *