ସିଂହପୁର ଠାରେ ଶ୍ରୀଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଯାଜପୁର —-ଯାଜପୁର-ସରୋଜ କୁମାର ସାହୁ – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ଶ୍ୟାମାକାଳୀ ମଣ୍ଡପରେ ଆଜି ମହାସମାରୋହରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ର ଏକାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପରିଷଦର ସଭାପତି ଦୁର୍ଯ୍ୟୋଧନ ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଦଘାଟକ ରୁପେ ଯୋଗଦେଇ ଥିଲେ ସମ୍ବାଦର ପୃର୍ବତନ ସଂପାଦକ ସୈମ୍ୟରଞନ ପଟ୍ଟନାୟକ। ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ ହରିହର କାନୁନଗୋ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତ୍ରୀଦେବ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଂଚ ନିରଞ୍ଜନ ବେଉରିଆ ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ପରିଷଦର ମୁଖପାତ୍ର ଶ୍ରୀମୁଖ ଅତିଥି ମାନଙ୍କ ଦ୍ଦ୍ବାରା ଉନ୍ମୋଚନ ହୋଇଥିଲା। ପରିଷଦ ପକ୍ଷରୁ ଶିକ୍ଷାବିତ ଶିକ୍ଷାବିତ ଦାମୋଦର ସାମଲ,ପ୍ରଭେସର ଡପାର୍ଥସାରଥି ଜେନା, ଗୀତିକାର ପଦ୍ମଚରଣ ମଲ୍ଲୀକ, ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ନିରଞ୍ଜନ ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ସାମଲ,ପ୍ରକୃତି ବନ୍ଧୁ ଅଶୋକ ଅଶୋକ କୁମାର ଖିଲାର,ରଜକୁଇନ ପୁଣ୍ୟତୋୟା ବେଉରିଆ , ବ୍ରହ୍ମାନନ୍ଦ ମହାନ୍ତି ଓ ଯୁଗପ୍ରଭା ସାବତଙ୍କୁ ଉତ୍ତରୀୟ ଓ ଉପଢୌକନ ଦିଆଯାଉ ସମ୍ମାନିତ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ଏ -1 ଗ୍ରେଡ ହାସଲ କରିଥିବା 7 ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ସାମଲ ବେଦପାଠ କରିଥିବା ବେଳେ କାର୍ଯ୍ୟାକାରୀ ସମ୍ପାଦକ ପ୍ରଦୀପ କୁମାର ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ପରିଷଦର ସମ୍ପାଦକ ଅନିରୁଦ୍ଧ ବେଉରିଆ ବାର୍ଷିକ ବିବରଣୀ ଓ ସମ୍ପାଦକୀୟ ପାଠ କରିଥିଲେ।ପରିଚାଳନା ସମ୍ପାଦକ ଭରତ ଚନ୍ଦ୍ର ନାୟକ ମଞ ସଞ୍ଚାଳନ କରିଥିବା ବେଳେ କାର୍ଯ୍ୟାକାରୀ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ସୁଶାନ୍ତ କୁମାର ନାୟକ, ପଦ୍ମାକର ଗୁରୁ, ଘନଶ୍ୟାମ ଦାସ, ପୁରୁଷୋତ୍ତମ ବେହେରା, ନିରଞ୍ଜନ ଦାସ,କଳାକାରପାତ୍ର , ମେଘନାଦ ମହାଳିକ , କୃଷ୍ଣଚନ୍ଦ୍ର ଥାଟୋଇ, ନାରାୟଣ ଚନ୍ଦ୍ର ଦାସ, ରାମନାରାୟଣ ବଳିଆର ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

