Spread the love

ସୁକୁଡ଼ାରେ ମା’ କାଳୀପୂଜା ଆରମ୍ଭ

ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ୩୫ତମ ସାର୍ବଜନୀନ ମା’ କାଳୀପୂଜା ପାଇଁ ଶନିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜାମଣ୍ଡପରୁ ଏକ କଳସ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଡୁମେର ବନ୍ଧ ନିକଟରେ ପହଞ୍ଚିଥିଲା । ସେଠାରେ ଖଣ୍ଡାଧୁଆ ସହିତ ପୂଜାର୍ଚ୍ଚନା ପରେ ପୂର୍ଣ୍ଣଜଳ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହାପରେ ପୂଜାର ସଜବାଜ ସହିତ ଅଧିବାସ ଅନୁଷ୍ଠିତ ହୋଇଥିଲା | ପଣ୍ଡିତ ପଞ୍ଚମ ପୁରୋହିତ ଓ ରାଜେଶ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପୂଜାରେ ବାବୁଲାଲ ଡନସନା ଓ ତାଙ୍କ ପତ୍ନୀ ରାଏବତୀ ଡନସନା କର୍ତ୍ତା ଦାୟିତ୍ଵ ତୁଲାଉଥିବା ବେଳେ ପୂଝାରୀ ମହେଶ୍ଵର ମହାପାତ୍ର ସହଯୋଗ କରିଥିଲେ । ଶୋଭାଯାତ୍ରାରେ ଶତାଧିକ ଗ୍ରାମବାସୀ ସାମିଲ୍ ହୋଇଥିଲେ । ବିଧାୟକ ଇରାଶିଷ ଆଚାର୍ଯ୍ୟ, ଡୁମାଲପାଲି ସରପଞ୍ଚ ମନୋରଞ୍ଜନ ଦୋରା, ସେଖ ଫାଇଜାନ ଉପସ୍ଥିତ ଥିଲେ| ପୂଜା କମିଟି ସଭାପତି ସୁଦାମ ଡନସନା, ସମ୍ପାଦକ ଜିତେନ ଡନସନା, କୋଷାଧ୍ୟକ୍ଷ ବିରାଟ ସାହୁ, ବୀରୁପାକ୍ଷ ପ୍ରଧାନ, ଟିକେଲାଲ ନାଏକ, ବିଶ୍ଵ ବୁଧିଆ, ରସିକ ବୁଧିଆ, ବୀରେନ୍ଦ୍ର ଡନସନା, ସ୍ଵାଧୀନ ଡନସନା, ପରିଦ ନାଏକ, ଠିକାଦାର ସାହୁଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *