ସୋମାଲିଆ ଉପକୂଳରେ ଭାରତୀୟ ନୌସେନାର ସାହସିକ ଅଭିଯାନ: ଅପହୃତ ଜାହାଜ ସହ ୨୦ ଇରାନୀ ନାବିକ ଉଦ୍ଧାର
ନୂଆଦିଲ୍ଲୀ: ସମୁଦ୍ରରେ ଜଳଦସ୍ୟୁଙ୍କ ଉତ୍ପାତ ବିରୋଧରେ ଭାରତୀୟ ନୌସେନା ପୁଣି ଏକ ବଡ଼ ସଫଳତା ହାସଲ କରିଛି। ସୋମାଲିଆ ଉପକୂଳରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଯୁଦ୍ଧକାଳୀନ ଅଭିଯାନ ମାଧ୍ୟମରେ ‘ଆଜିନି’ ନାମକ ଏକ ଅପହୃତ ମାଛଧରା ଜାହାଜକୁ ନୌସେନା ସୁରକ୍ଷିତ ଉଦ୍ଧାର କରିଛି। ଏହା ସହିତ ସେଥିରେ ବନ୍ଧକ ଥିବା ସମସ୍ତ ୨୦ ଜଣ ଇରାନୀ କର୍ମଚାରୀଙ୍କୁ ବିନା କ୍ଷୟକ୍ଷତିରେ ମୁକ୍ତ କରାଯାଇଛି। ନୌସେନା ଅନୁଯାୟୀ, ଜଳଦସ୍ୟୁମାନେ ଏହି ଜାହାଜକୁ ଅନ୍ୟ ବାଣିଜ୍ୟିକ ପୋତ ଉପରେ ଆକ୍ରମଣ କରିବା ପାଇଁ ‘ମଦର ସିପ୍’ ଭାବେ ବ୍ୟବହାର କରିବାର ଯୋଜନା ଥିଲା। ଏହି ମାନବୀୟ ସାହାଯ୍ୟ ପାଇଁ ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ଭାରତ ସରକାର ତଥା ଭାରତୀୟ ପ୍ରତିରକ୍ଷା ବାହିନୀକୁ ଧନ୍ୟବାଦ ଜଣାଇ ଏହାକୁ ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱର ପ୍ରତୀକ ବୋଲି ବର୍ଣ୍ଣନା କରିଛି।
