Spread the love

### ହାତୀ ଆକ୍ରମଣରେ ଘର ନଷ୍ଟ, ପାତେଳି ଗ୍ରାମର କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୋଳ: ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ପାତେଳି ଗ୍ରାମର କରଡ଼ାପାଳ ସାହିରେ ହାତୀ ଆକ୍ରମଣରେ ଏକ ଘର ନଷ୍ଟ ହୋଇଯାଇଛି। ଗ୍ରାମର କୁରୁମା ଦେହୁରୀଙ୍କ ଘରକୁ ହାତୀ ଆକ୍ରମଣ କରି ଭାଙ୍ଗିଦେଇଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଘଟଣା ସମୟରେ ଘରେ କେହି ଉପସ୍ଥିତ ନଥିବାରୁ କୌଣସି ଜୀବନହାନି ଘଟିନାହିଁ।

ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ସ୍ଥାନୀୟ ଅଞ୍ଚଳର କାର୍ଯ୍ୟକର୍ତ୍ତାଙ୍କ ସହ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ। ସେ କ୍ଷତିଗ୍ରସ୍ତ ଘରର ସ୍ଥିତି ଅନୁଧ୍ୟାନ କରିବା ସହ ପରିବାରର ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହାସହ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ କ୍ଷତିପୂରଣ ରାଶି କିପରି ଶୀଘ୍ର ମିଳିପାରିବ, ସେନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ସାଂସଦ ଆଲୋଚନା କରିଥିଲେ।

ହାତୀ-ମଣିଷ ସଂଘର୍ଷ ଯୋଗୁଁ ଗ୍ରାମାଞ୍ଚଳରେ ଘର, ଫସଲ ଓ ଜୀବନଜୀବିକା କ୍ଷତିଗ୍ରସ୍ତ ହେଉଥିବାବେଳେ, ଏଭଳି ଘଟଣାରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି।

 

Leave a Reply

Your email address will not be published. Required fields are marked *

You missed