Spread the love

ଅଖଣ୍ଡ ଭାରତ ଆମର ସ୍ୱପ୍ନ -ସାଂସଦ ରୁଦ୍ରନାରାୟଣ ପାଣି l
ଏକଲ ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ ଖେଳକୁଦ ସମାରୋହ ଉଦଯାପିତ l

ବଅଁରପାଳ, ୨୮ / ୧୨ ନାଲକୋ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅଭ୍ୟୁଦୟ କ୍ଲବ ସଭାପତି ଇଞିନିୟର ଅଶୋକ କୁମାର ମୁଦିଲି ଙ୍କ ପୌରହିତ୍ୟ ରେ ତିନିଦିନ ଧରି ଚାଲୁଥିବା ଏହି ରାଜ୍ୟ ସ୍ତରୀୟ ଖେଳ କୁଦ ସମାରୋହ ଶନିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ନାଲକୋ ମାନବସମ୍ବଳ ଗୋଷ୍ଠୀ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ଯୋଗଦେଇ ଥିଲେ । ଅନ୍ୟତମ ଅତିଥି ଭାବେ ଖେଳ ପ୍ରତିଯୋଗିତା ପ୍ରମୁଖ ରାଘବାନ୍ଦ୍ର, ଏକଲ ବିଦ୍ୟାଳୟ ମାର୍ଗ ଦର୍ଶକ ନିରଞ୍ଜନ ପ୍ରଧାନ, ଓଡ଼ିଶା ସଭାପତି -ଡାକ୍ତର ସୁଧାକର ପାଳ, କାର୍ଯ୍ୟକାରୀ ସଭାପତି- ଡାକ୍ତର ଧରଣୀଧର ବେହେରା, ସମ୍ଭାଗ ଉପସଭାପତି -ବସନ୍ତ ଦାନୀ , ପ୍ରଭାରୀ- ଡଃ ସିଦ୍ଧନାଥ ସାହୁ, ଇଞ୍ଜିନିୟର- ଅରୁଣ କୁମାର ସାହୁ, ଅଭ୍ୟୁଦୟ କ୍ଲବ -ସଂପାଦକ – ଶ୍ରୀପତି ପ୍ରଧାନ, ସଂଭାଗ ସମ୍ପାଦକ ଭୋଗଦେବ ପ୍ରଧାନ, ପ୍ରଭାରୀ- ଖଗେଶ୍ବର ଭୁତିଆ ଏବଂ ଜ୍ୟୋତିପ୍ରଭା ପ୍ରମୁଖ ମଞ୍ଚାସୀନ ଥିଲେ । ମାତୃଶକ୍ତି ର ଝୁନୁବାଳା ଭୁତିଆ ଏବଂ ସାଗରିକା ମୁଦୁଲି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିଥିଦ୍ୱୟ ନିଜ ବୌଦ୍ଧିକ ମାଧ୍ୟମରେ ରାଜ୍ୟର ବିଭିନ୍ନ ଗ୍ରାମୀଣ ଏବଂ ବନବାସୀ ଅଞ୍ଚଳରୁ ଆସିଥିବା ପାଞ୍ଚଶହ ବାଳକ ବାଳିକା ମାନଙ୍କୁ ବଣମଲ୍ଲୀ ବଣରେ ନ ମଉଳି ତାର ସୁରଭି କୁ ରାଜ୍ୟ ତଥା ରାଷ୍ଟ୍ର ପର୍ଯନ୍ତ ପହଞ୍ଚାଇବା ଦିଗରେ ନାଲକୋ ଯତ୍ନବାନ ବୋଲି ଶ୍ରୀ ନାୟକ କହିବା ସହ କ୍ରୀଡା ଏକ ଅବିଚ୍ଛେଦ ଅଙ୍ଗ, ଏହାକୁ ନେଇ ଆଗକୁ ଚାଲିବା ବୋଲି କହିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀ ପାଣି ନିଜ ବୌଦ୍ଧିକ ମାଧ୍ୟମରେ ଧାର୍ମିକ ସନାତନ ମନୋଭାବରେ ସମସ୍ତ ମତକୁ ସମ୍ମାନ ଦେଇ ଏହି ଅଭିଯାନ ମାଧ୍ୟମରେ ରାଷ୍ଟ୍ରକୁ ସମୃଦ୍ଧ କରିବା, ସମ୍ମାନ ଦେବାକୁ ଧ୍ୟେୟ କରି ଅଖଣ୍ଡ ଭାରତ ନିର୍ମାଣ କରିବା ତାହା ଆମର ସ୍ୱପ୍ନ ହେଉ ବୋଲି ଉପସ୍ଥିତ ଛାତ୍ର /ଛାତ୍ରୀ ଙ୍କୁ ବୁଝାଇ କହିଥିଲେ । ଅଭିବୃଦ୍ଧି ରେ ଶାରିରୀକ ଅଭିବୃଦ୍ଧି ବଢିଲେ ଆମେ ଲକ୍ଷ୍ୟରେ ପହଞ୍ଚି ପାରିବା ବୋଲି କହିବା ସହ 2036 ମସିହାରେ ଆୟୋଜିତ ହେବାକୁ ଥିବା ଅଲମ୍ପିକ ରେ ଉପସ୍ଥିତ ଛାତ୍ରଛାତ୍ରୀ ଭାଗ ନେବାକୁ ଉତ୍ସାହିତ କରିଥିଲେ । ଶାରୀରିକ ଦକ୍ଷତା ବୃଦ୍ଧି ରେ ଗୁରୁତ୍ୱ ଦେଇଥିଲେ । ନିଜ ଭାଷଣ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଦକ୍ଷତା କୁ ପ୍ରଶଂସା କରିବା ସହ ନାଲକୋ ର ତତ୍ କାଳୀନ ସି.ଏମ.ଡି ବଜରଂଗ ଲାଲ ବାଗାଡଜୀ ଙ୍କ ଏକଲ ବିଦ୍ୟାଳୟ ପ୍ରତିଥିବା ଆଗ୍ରହ ସାଙ୍ଗକୁ ଗୁରୁ ଶ୍ୟାମଜୀ ଗୁପ୍ତେଙ୍କ ଆଦର୍ଶ ଏବଂ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ଙ୍କ କଥା ଏବଂ ବିଶ୍ୱେଶ୍ୱର ଟୁଡୁ ଙ୍କ ଏକଲ ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତା ଏବଂ ଉଦ୍ୟମ କୁ ଦୋହରାଇଥିଲେ । ସାରା ପ୍ରାନ୍ତରୁ ମୋଟ ୩୮୦ ଜଣ ଛାତ୍ରଛାତ୍ରୀ ଖେଳ କୁଦରେ ଅଂଶଗ୍ରହଣ କରିଥିଲେ । ୩୬ ଜଣ ଉତିର୍ଣ ହୋଇ ଆଗାମୀ ଫେବୃଆରୀ ମାସରେଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ତରର ଖେଳ କୁଦ ରେ ଭାଗ ନେବେ ଭାଗନେବେ । ବିଭିନ୍ନ ପ୍ରକାରର ଖେଳ ସାଙ୍ଗ କୁ ଦୌଡ଼,ଲମ୍ବଡିଆଁ ,ଉଚ୍ଚଡିଆଁ, କୁସ୍ତି, କବାଡି, ଯୋଗାସନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ । ସମ୍ଭାଗ ଯୁବ ପ୍ରଭାରୀ ବିପିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *