Spread the love

ଅଗଷ୍ଟ ୨ ତାରିଖ (ଶନିବାର) ଦିନ ଢେଙ୍କାନାଳ ପୋଷ୍ଟାଲ ଡିଭିଜନ୍ ଅନ୍ତର୍ଗତ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରଧାନ ଡାକଘର, ସମସ୍ତ ଉପଡାକଘର ଏବଂ ଶାଖା ଡାକଘରେ ଡାକ ସେବା ବନ୍ଦ ରହିବ ।ଭାରତୀୟ ଡାକ ବିଭାଗରେ ପ୍ରଚଳିତ ସଫ୍ଟୱେୟାର ବଦଳରେ ନିଜସ୍ବ ଆଇ.ଟି 2.0 ସଫ୍ଟୱେୟାର ପ୍ରଚଳିତ ହେବାକୁ ଯାଉଛି । ଢେଙ୍କାନାଳ ଓ ଅନୁଗୁଳ ପ୍ରଧାନ ଡାକଘର ଓ ଏହା ଅଧୁନସ୍ଥ ସମସ୍ତ ଉପ ଡାକଘର ତଥା ସମସ୍ତ ଶାଖା ଡାକଘରେ ଆସନ୍ତା ଅଗଷ୍ଟ ମାସ ୪ ତାରିଖରୁ ଏହି ସଫ୍ଟୱେୟାର ଆରମ୍ଭ ତଥା କାର୍ଯ୍ୟକ୍ଷମ ହେବାକୁ ଯାଉଛି |ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଓ ବୈଷୟିକ କାରଣରୁ ଆସନ୍ତା ଅଗଷ୍ଟ ୨ ତାରିଖ ( ଶନିବାର) ଦିନ ଢେଙ୍କାନାଳ ଡାକମଣ୍ଡଳର ସମସ୍ତ ପ୍ରଧାନ ଡାକଘର, ଏହା ଅନସ୍ଥ ସମସ୍ତ ଉପ ଡାକଘର ଏବଂ ଶାଖା ଡାକଘର ଗୁଡ଼ିକରେ ଡାକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ।ସମସ୍ତ ଜନ ସାଧାରଣ, ଗ୍ରାହକ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏଥିରେ ସହଯୋଗ କରିବା ନିମନ୍ତେ ଢେଙ୍କାନାଳ ଡାକ ମଣ୍ଡଳର ଅଧିକ୍ଷକ ଶ୍ରୀ ଯମେଶ୍ବର ଗଡ଼ନାୟକ ଅନୁରୋଧ କରିଛନ୍ତି।ଏହି ସଫ୍ଟୱେୟାର ପ୍ରଚଳନ ହେବା ଫଳରେ ଡାକ ସେବା ଅଧୂକ ସହଜ, ତ୍ବରିତ ଓ ଲୋକାଭିମୁଖୀ ହୋଇ ପାରିବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଶ୍ରୀ ଗଡ଼ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *