Spread the love

*ଅଘୋଷିତ ବିଦ୍ୟୁତ କାଟ ଓ ମାତ୍ରାଧିକ ବିଦ୍ୟୁତ୍ ବିଲ ଆଦାୟ ବିରୁଦ୍ଧରେ ମେଲଛାମୁଣ୍ଡା ଆଞ୍ଚଳିକ କୃଷକ ସଂଗଠନର ଆନ୍ଦୋଳନ*

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ମେଲଛାମୁଣ୍ଡାର ଆଞ୍ଚଳିକ କୃଷକ ସଂଗଠନର ସଦସ୍ୟଗଣ ବିଦ୍ୟୁତ ବିଭାଗ ସେକ୍ସନ ଅଫିସ ସମ୍ମୁଖରେ ଧାରଣା ଦେଉଥିବା ସମୟରେ ଭାରପ୍ରାପ୍ତ ଥାନା ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ଆସି ପ୍ରଥମେ ଆଲୋଚନା କରିଥିଲେ ।ସଂଗଠନ ତରଫରୁ ଅଘୋଷିତ ବିଦ୍ୟୁତ କାଟ, ଲୋଭୋଲଟେଜ ଏବଂ ମାତ୍ରାଧିକ ବିଦ୍ୟୁତ ବିଲ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। କନିଷ୍ଠ ଯନ୍ତ୍ରୀ ସମ୍ପୂର୍ଣ୍ଣ ବକେୟା ବିଲ ନ ଦେଲେ ଲାଇନ କାଟିଦେବା ପାଇଁ ସୂଚନା ଦେବାରୁ ବାଧ୍ୟ ହୋଇ ସଂଗଠନର ସଦସ୍ୟଗଣ ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ଏସଡିଓ ଘଟଣାସ୍ଥଳରେ ପହଞ୍ଚି କୃଷକମାନଙ୍କ ସବୁ ଦାବୀ ମାନି ନେଲା ପରେ ଚାଷୀମାନେ ରାସ୍ତା ଅବରୋଧରୁ ହଟିଥିଲେ ।ଏହି ଆନ୍ଦୋଳନରେ ମେଲଛାମୁଣ୍ଡା, ଟାଲ, ବିଜାପାଲି, ଜ୍ଞାନ, ପଲଶାପାଲି, ସାଲେପାଲି ଗ୍ରାମ ପଞ୍ଚାୟତର ଚାଷୀ ରମେଶ ସାହୁ, ଅଶ୍ୱିନୀ ପଟେଲ, ବିଭୁତି କାଲୁ, କରମସାନୀ ସାହୁ, ପଦ୍ମନ ବିଶି,ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁରେଶ ପଧାନ, ଶ୍ରୀକାନ୍ତ ଭୋଇ, ଆନନ୍ଦ ଦିଶ୍ରୀ, ରତିକାନ୍ତ ବାରିକ, ତରଣୀ ପଧାନ, ଟଙ୍କମାନୀ ନାୟକ ସମେତ ରମେଶ ମହାପାତ୍ର, ମୁରଲୀ ଭୋଇ, ରବିଶଙ୍କର ପଧାନ,ଅରବିନ୍ଦ ପଣ୍ଡା, ଲିଙ୍ଗରାଜ ପଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *