କଳମଛୁଇଁ ଶିଶୁମନ୍ଦିରରେ ଗୀତା ଆବୃତି ପ୍ରତିଯୋଗିତା
ତାଳଚେର, ୨୮/୦୯ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗହମ ଗ୍ରାମସ୍ଥିତ ସ୍ୱାମୀ ଶିବାନନ୍ଦ ସେବା ଗ୍ରାମ ଚାରିଟେବୁଲ ସୋସାଇଟି ଆନୁକୂଲ୍ୟରେ ଶ୍ରୀମଦ୍ ଭଗବତ ଗୀତା ଆବୃତ ଓ ଗୀତା ଜ୍ଞାନ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ମଙ୍ଗୁଳୁ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଗୋଳ ଜିଲ୍ଲାର ନଅଟି ବିଦ୍ୟାଳୟର ୩୭ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଚାରିଟେବୁଲ ସୋସାଇଟିର ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ପ୍ରଧାନ, ଉପ ସଂଯୋଜକ ଲକ୍ଷ୍ମଣ କୁମାର ସାହୁ ଓ ଆଶ୍ରମ ଅନ୍ତେବାସୀ ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଚାରକ ଭାବରେ ଶିକ୍ଷକ ଶ୍ରୀକାନ୍ତ କୁମାର ମିଶ୍ର, ସ୍ୱାଧୀନ ବସ୍ତିଆ ଓ ବିଜୟ କୁମାର ସାହୁ ମୂଲ୍ୟାଙ୍କନ କରିଥିଲେ । କଳମଛୁଇଁ ଶିଶୁ ମନ୍ଦିରର ଛାତ୍ର କୃଷ୍ଣପ୍ରସାଦ ସାହୁ ପ୍ରଥମ ହୋଇଥିବାବେଳେ ଅନ୍ୟାଂଶୁ କୁମାର ପ୍ରଧାନ ଦ୍ୱିତୀୟ, ରିତେଶ ପ୍ରଧାନ ଓ ସ୍ୱସ୍ତିକା ପ୍ରଧାନ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଅନିଲ କୁମାର ସାହୁ, ବସନ୍ତ ମହାନ୍ତି, ଭଗବାନ ବେହେରା, ଶରତ ଚନ୍ଦ୍ର ଦାସ, ନିତ୍ୟାନନ୍ଦ ଭୂତିଆ, ଆଚାର୍ଯ୍ୟା ପ୍ରିୟଙ୍କା ବେହେରା, ସୁଶ୍ରୀ ତ୍ରିପାଠୀ, ଅର୍ଚ୍ଚନା ସାହୁ, ରାଗିଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
