Spread the love

ଅଞ୍ଚଳର ଦୁଃଖୀ ଦରିଦ୍ରଙ୍କ ପାଇଁ ସାହାଯ୍ୟ ର ହାତ ବଢାଇଛି ପ୍ରୟାସ ଗ୍ରୁପ ।

କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରାୟାସ ଗ୍ରୁପ୍। ବିଗତ 2010 ମସିହାରୁ ସେବା ମନୋଭାବ ନେଇ ଗଢି ଉଠିଥିବା ପ୍ରୟାସ ଗ୍ରୁପ ବଡ଼ବିଲ ତଥା ଆଖପାଖ ଅଂଚଳ ର ବୃଦ୍ଧ, ବୃଦ୍ଧା ଏବଂ ଗରିବ ଦୁଃଖୀଙ୍କ ପାଇଁ ସଦା ସର୍ବଦା ସେବା ଯୋଗେଇ ଦେଉଥିବା ବେଳେ ଲୋକଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ହୋଇ ଆସିଛି। ଏହି ସେବା ଗ୍ରୁପ୍ ଲୋକଙ୍କ ଅଞ୍ଚଳ ବାସିନ୍ଦା ଙ୍କ ପାଇଁ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ବେଳେ ପ୍ରତି ବର୍ଷ ବୃଦ୍ଧ ବୃଦ୍ଧା ଓ ଗରିବ ଦୁଃଖୀ ଙ୍କୁ କମ୍ବଳ ବଣ୍ଟନ କରି ପ୍ରଂଶସା ର ପାତ୍ର ହୋଇପାରିଛି, ଆଜି ବଡ଼ବିଲ ସହର ରେ ଗରିବ ଦୁଃଖୀ ଙ୍କୁ କମ୍ବଳ ବଣ୍ଟନ ଅବସରରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ତହସିଲଦାର ଡି ଏସ ସୁଭଦର୍ଶୀ ଯୋଶୀ, ବଡ଼ବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ବଡ଼ବିଲ ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ପ୍ରୟାସ ଗ୍ରୁପ ର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *