Spread the love

26.12.2024

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି
ଆଜି ଥିଲା ଟୁର୍ନାମେଣ୍ଟ ର ତୃତୀୟ କ୍ଵାଟରଫାଇନାଲ ମ୍ୟାଚ ଭୁବନ କ୍ରିକେଟ କ୍ଲବ ( ଭୁବନ ) ବନାମ ଗୁଲବାର କ୍ରିକେଟ କ୍ଲବ ( କର୍ନାଟକ ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଭୁବନ ପ୍ରଥମେ ଟଚ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା , କର୍ଣ୍ଣାଟକ ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ 25 ଓଭର ମ୍ୟାଚ ଖେଳି ମୂଲ୍ୟବାନ ସମସ୍ତ 10 ଗୋଟି ବିକେଟ ହରାଇ 175 ରନ କଟକ ବିରୁଦ୍ଧ ରେ ବିଜୟ ଲକ୍ଷ ଦେଇଥିଲା,. ଦଳ ପକ୍ଷ ରୁ ସର୍ବାଧିକ ସନମୟ ରୁଦ୍ରଆ୍ୱାଡି 42 ଟି ବଲ ଖେଳି 56 ରନ ଯେଉଁଥିରେ କି 6 ଟି ଚୌକା ଓ 3 ଟି ବିଶାଳକାୟ ଛକା ଦେଖିବାକୁ ମିଳିଥିଲା , ଅଭିଷେକ ଏସ.କେ 22 ଟି ବଲ ଖେଳି 25 ରନ କରିଥିଲେ , ଭୁବନ ଦଳ ପକ୍ଷ ରୁ ସର୍ବାଧିକ ଗୁରୁଦେବ 5 ଓଭର ବୋଲିଂ କରି 27 ରନ ଦେଇ ମୂଲ୍ୟବାନ 4 ଟି ବିକେଟ ଓ ପ୍ରଭାତ ମହାରଣା 5 ଓଭର ବୋଲିଂ କରି 23 ରନ ଦେଇ 3 ଟି ବିକେଟ ଅକ୍ତିଆୟାର କରିଥିଲେ ,

ଜବାବ ରେ ଭୁବନ 175 ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ 22.4 ଓଭର ଖେଳି ଦଳର ମୂଲ୍ୟବାନ ସମସ୍ତ ବିକେଟ ହରାଇ 129 ରନ ସଂଗ୍ରହ କରି ପରାଜୟ ହୋଇଥିଲେ , ଦଳ ପକ୍ଷ ରୁ ସର୍ବାଧିକ ଲକ୍ଷ୍ମୀଧର ସାହୁ 29 ଟି ବଲ ଖେଳି 35 ରନ କରିଥିଲେ ସେଥିରେ 4 ଟି ବିଶାଳକାୟ ଛକା ସାମିଲ ଥିଲା ,କର୍ଣ୍ଣାଟକ ପକ୍ଷରୁ ସର୍ବାଧିକ କାଲିସ 5 ଓଭର ବୋଲିଂ କରି 1 ଓଭର ମେଡେନ ନେଇ 15 ରନ ବ୍ୟୟ ରେ ମୂଲ୍ୟବାନ 3 ଗୋଟି ବିକେଟ ଅକ୍ତିଆର କରିଥିଲେ

ଭୁବନ କପ ର ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ରେ କର୍ଣ୍ଣାଟକ ଭୁବନ କୁ 45 ରନ ରେ ପରାସ୍ତ କଲା

ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ କାଲିସ ବିବେଚିତ ହୋଇଥିଲେ

ଆଜିର ମ୍ୟାଚ ରେ ସମ୍ମାନିତ ଅତିଥି ଅଜିତ କୁମାର ବେହେରା ( ଅଧ୍ୟକ୍ଷ , ବାଜିରାଉତ ମେମୋରିଆଲ ମହାବିଦ୍ୟାଳୟ ), ଶ୍ରୀଯୁକ୍ତ ମାୟାଧର ସାହୁ ( ପୂର୍ବତ୍ତନ ଉପ ନଗରପାଳ , ଭୁବନ ଏନ. ଏ. ସି ), ଶ୍ରୀଯୁକ୍ତ ସଞ୍ଜୟ ଦାସ ( ସୋସିଆଲ ଆକ୍ଟିଭିଟି, ନୋମିନି MLA ଭୁବନ ବ୍ଲକ. )

ଦୁଇ ବରିଷ୍ଠ ଓସିଏ ପ୍ୟାନେଲ ଆମ୍ପୟାର
ଶ୍ରୀଯୁକ୍ତ ସବ୍ୟସାଚୀ ସାହା ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଖେଳ ପରିଚାଳନା କରିଥିଲେ

ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ଅମିତାଭ ସାହୁ ମଞ୍ଚ ପରିଚାଳନା କରିଥିଲେ
ଧାରା ବିବରଣୀ – ସୂର୍ଯ୍ୟପ୍ରକାଶ ରାଉତ ,
ସ୍କୋରର- ସଂଜୀବ କୁମାର ନାୟକ ,
Online ସ୍କୋରର – ରାକେଶ ପୃଷ୍ଟି , ସରୋଜ ,ରାଜକିଶୋର , ସ୍କୋରିଙ୍ଗ କରିଥିଲେ

ଆସନ୍ତା କାଲି ର ମ୍ୟାଚ

ରକେଟ କ୍ରିକେଟ କ୍ଲବ ( ମୁମ୍ବାଇ ) ବାନାମ ଶେଖର ସ୍ପୋର୍ଟିଂ ( ଭୁବନେଶ୍ୱର ) ସହିତ ଅନୁଷ୍ଠିତ ହେବ

Leave a Reply

Your email address will not be published. Required fields are marked *