Spread the love

ଅଟଳ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନାରୀ ସଶକ୍ତିକରଣ ଲକ୍ଷ୍ୟ ନେଇ “ଜୟକରଣ ସମ୍ମାନ” ର ଶୁଭାରମ୍ଭ

ଅମ୍ବାଭୋନା ୨୫/୬/୨୫ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ର ଏକମାତ୍ର ବାଳିକା ବିଦ୍ୟାଳୟ “ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା” ଠାରେ ଅଟଳ ଚାରିଟେବୁଲ ଟ୍ରଷ୍ଟ ଦ୍ର ସଭାପତି ଶ୍ରୀମାନ ଶିବାଜୀ ପଟେଲ “ଜୟକରଣ ସମ୍ମାନ” ରେ ତିନି ଜଣ ଛାତ୍ରୀ ଙ୍କୁ ସମ୍ମାନୀତ କରିଛନ୍ତି। ଉକ୍ତ ତିନି ଜଣ ଛାତ୍ରୀ ବିଦ୍ୟାଳୟ ର ଗତ ୨୦୨୪/୨୫ ବାର୍ଷିକ ପରୀକ୍ଷା ରେ ଦଶମ ଶ୍ରେଣୀ ରେ ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ ହୋଇଛନ୍ତି।ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ରେ ଭୁକ୍ତା ଗ୍ରାମର ମଙ୍ଗଳ ମାଳି ଙ୍କ ଝିଅ କୁମାରୀ ଗାୟିତ୍ରୀ ମାଳି,ବଡ଼ ସରେଇପାଲି ଗ୍ରାମର ପୁଲସ୍ତ ସାହୁ ଙ୍କ ଝିଅ କୁମାରୀ ପୁନମ ସାହୁ ଓ ଦୁଲ୍ହପାଲି ଗ୍ରାମ ର ଲାଳଚନ୍ଦ ଦାସ ଙ୍କ ଝିଅ କୁମାରୀ କୁଷୁମ ଦାସ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ ହୋଇଛନ୍ତି।୩୭ ଜଣ ଛାତ୍ରୀ ଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ ହୋଇଥିବା ତିନି ଜଣ ଛାତ୍ରୀ ଙ୍କୁ “ଜୟକରଣ”ସମ୍ମାନ ରେ ସମ୍ମାନୀତ କରିବା ଓ ଚଳିତ ବର୍ଷ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନୂତନ ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ହେତୁ ବିଦ୍ୟାଳୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଅଟଳ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀମାନ ଶିବାଜୀ ପଟେଲ, ବିଦ୍ୟାଳୟ ର ସଭାପତି ଗଣେଶ ସା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ ମଞ୍ଚସୀନ ରହିଥିଲେ। ସଭା ପରିଚାଳନା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ କରିଥିଲେ। ମୁଖ୍ୟ ଅତିଥି ଅଟଳ ପରିବାର ର ସଭାପତି ଛାତ୍ରୀ ମାନଙ୍କୁ ଶିକ୍ଷା ର ଉପଯୁକ୍ତ ବିନିଯୋଗ ଓ ଆଗକୁ ପଢି ଭଲ ମଣିଷ ଟିଏ ହେବା ପାଇଁ ନିଜ ଭାଷଣ ରେ କହିଥିଲେ।ଗୋଟିଏ ପୁଅ ଶିକ୍ଷିତ ହେଲେ ସେ ନିଜେ ଶିକ୍ଷିତ ହୁଏ କିନ୍ତୁ ଗୋଟିଏ ଝିଅ ଶିକ୍ଷାଲାଭ କଲେ ପୁରା ପରିବାର ଶିକ୍ଷିତ ହୁଏ ବୋଲି କହି ସମସ୍ତ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା ଠାରେ ଅଟଳ ପରିବାର ଦ୍ୱାରା ନାରୀ ସଶକ୍ତିକରଣ ଉଦ୍ଦେଶ୍ୟରେ ଏ ବର୍ଷ ପ୍ରଥମ କରି “ଜୟକରଣ” ସମ୍ମାନ ର ଶୁଭାରମ୍ଭ କରାଗଲା ଏବଂ ଏହି ସମ୍ମାନ ରେ ପ୍ରତ୍ୟେକ ବର୍ଷ ଦଶମ ଶ୍ରେଣୀରେ ପ୍ରଥମ ତିନୋଟି ସ୍ଥାନ ରେ ଉତ୍ତୀର୍ଣ ହୋଇଥିବା ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ରାଶି ଦଶ ହଜାର, ପାଞ୍ଚ ହଜାର ଏବଂ ତିନି ହଜାର ପ୍ରଦାନ କରାଯିବ ବୋଲି କହିଥିଲେ।ଏଥିସହିତ ସରକାରୀ ସହାୟତା ରୁ ବଞ୍ଚିତ ହେଉଥିବା ସ୍କୁଲର ଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ମଧ୍ୟ ଯୋଗେଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି କହିଥିଲେ।ଏହିବର୍ଷ ଦଶମ ଶ୍ରେଣୀରେ ପ୍ରଥମ ତିନୋଟି ସ୍ଥାନରେ ଉତ୍ତୀର୍ଣ ହୋଇଥିବା ଗାୟତ୍ରୀ ମାଲି, ପୁନମ ସାହୁ ଏବଂ କୁସୁମ ଦାଶ ଙ୍କୁ ମାନପତ୍ର ଦେବା ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ।ଶିକ୍ଷାବର୍ଷ ୨୦୨୫/୨୬ ପାଇଁ ନବମ ଶ୍ରେଣୀର ୧୪ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ୧୬ ଜଣ ଛାତ୍ରୀଙ୍କୁ ଅଟଳ ପରିବାର ଦ୍ୱାରା ପାଠ୍ୟପୁସ୍ତକ ମଧ୍ୟ ବିତରଣ କରିଥିଲେ।ବିଦ୍ୟାଳୟ ର ସଭାପତି ଗଣେଶ ସା ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଭଲ ନମ୍ବର ରଖି ପାଠ ପଢିବା ପାଇଁ କହିଥିଲେ ଓ ଅଟଳ ପରିବାର ର ଛାତ୍ରୀ ମାନଙ୍କ ପାଇଁ ଏଭଳି ପ୍ରୟାସ କୁ ସମ୍ମାନ ଜଣାଇ ଧନ୍ୟବାଦ ଦେଇଥିଲେ। ଏଥିରେ ଟ୍ରଷ୍ଟ ର ଟ୍ରଷ୍ଟି ପ୍ରଫୁଲ୍ଲ ପ୍ରଧାନ, ଶିକ୍ଷକ ଫଣିନ୍ଦ୍ର ସାହୁ,ଚୌବର୍ଗ ଭୋଇ, ଗୋଲକ ପଧାନ, ଚିତ୍ତରଞ୍ଜନ ପଧାନ, ଗୋବର୍ଦ୍ଧନ ସହରା, ଶିକ୍ଷୟିତ୍ରୀ ଅଲିନା ଦାଶ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ରାଜକୁମାରୀ ପଟେଲ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *