Spread the love

ଅଟୋ ୱେଲ୍‌ଫେୟାର ଆସୋସିଏସନ୍ ପକ୍ଷରୁ ବିଶ୍ବକର୍ମା ପୂଜା ପାଳିତ

ଢେଙ୍କାନାଳ, ୧୭/୯: ଢେଙ୍କାନାଳ ବନ୍ଧ୍ୟାଣ୍ଡସ୍ଥିତ ବାବା ଆଖଣ୍ଡଳମଣୀ ଅଟୋ ୱେଲ୍‌ଫେୟାର୍ ଆସୋସିଏସନ୍ ପକ୍ଷରୁ ପକ୍ଷରୁ ବିଶ୍ବକର୍ମ ପୂଜା ପାଳିତ ହୋଇଯାଇଅଛି । ପ୍ରାତଃରେ କଳସ ସ୍ଥାପନ ହୋଇଥିବାବେଳେ ସକାଳ ୧୦ ଘଟିକାରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ସହିତ ଦିବା ୧୧ ଘଟିକାରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଆସୋସିଏସନ୍‌ର ଉପଦେଷ୍ଟା ପତିତ ପବାବନ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ରମେଶ ମହାନ୍ତି, ସଂପାଦକ ଗୌତମ ଉଦୟ ସିଂ ଓ ସହ-ସମ୍ପାଦକ ସୁଶାନ୍ତ ମହାନ୍ତିଙ୍କ ତତ୍ବାବଧାନରେ କର୍ମକର୍ତା ବନ ବାହାଦୂର, ପୃଥ୍ବୀରାଜ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *