Spread the love

“ଅତାବିରାରେ ତହସିଲଦାର ଭାବେ ଦାୟିତ୍ୱ ନେଲେ ସାହିଲ ସାହୁ”


ବରଗଡ:୧୮/୫(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରାର ନୂଆ ତହସିଲଦାର ଭାବେ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସାହିଲ ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ପୂର୍ବରୁ ଅତାବିରାରେ ଅବସ୍ଥାପିତ ତହସିଲଦାର କେ. ରିଚି କୁମାର ଗତ ୧୮ ତାରିଖରେ ସମ୍ବଲପୁର ଜିଲ୍ଲା ବାମୁରଠାରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ସବ୍-ରେଜିଷ୍ଟ୍ରାର ଅଙ୍କିତ ପଣ୍ଡା ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।ଏବେ ସାହିଲ ସାହୁ ସ୍ଥାୟୀ ଭାବେ ତହସିଲଦାର ଦାୟିତ୍ୱ ନେବା ପରେ ଜଣେ ଦକ୍ଷ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବରେ ଅଞ୍ଚଳରେ ପ୍ରଶାସନିକ କାର୍ଯ୍ୟଧାରା ଆହୁରି ସରଳ ଓ ଲୋକାଭିମୁଖୀ କରିବା ପାଇଁ ପ୍ରୟାସ କରିବେ ବୋଲି ଆଶା କରାଯାଉଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ନୂତନ ତହସିଲଦାରଙ୍କୁ ସ୍ୱାଗତ ଜଣାଇଛନ୍ତି।ପ୍ରକାଶ ଥାଉ କି ବରପାଲି ବ୍ଲକର ବୁରୋମୁଣ୍ଡା ନିବାସୀ ଶ୍ରୀ ସାହୁ ଗତ ଜାନୁଆରୀ ମାସରେ ବରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେଇ ନିଜର ପ୍ରଶାସନିକ ସେବା ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *