Spread the love

ଅତାବିରାରେ ବିଶ୍ଵ ଫୋଟୋଗ୍ରାଫି ଦିବସ ପାଳିତ

ବରଗଡ:୧୯/୮(ପବିତ୍ର ମେହେର) ଅଗଷ୍ଟ ୧୯ ତାରିଖକୁ ସାରା ଦୁନିଆରେ ବିଶ୍ଵ ଫୋଟୋଗ୍ରାଫି ଦିବସ ଭାବରେ ପାଳନ କରୁଥିବା ବେଳେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଫଟୋଗ୍ରାଫର୍ ଆସୋସିଏସନ୍ ଅଫ୍ ଅତାବିରା ପକ୍ଷରୁ ବିଶ୍ଵ ଫୋଟୋଗ୍ରାଫି ଦିବସ ପାଳିତ ହୋଇ ଯାଇଅଛି। ଏହି ଅବସରରେ ସଂଘ ତରଫ ରୁ ଅତାବିରା ନିକଟସ୍ଥ ଲାଦରପାଲି ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ଠାରେ ସୁନୟନ ଆଇ କେୟାର ବରଗଡ଼ର ମୁଖ୍ୟ ଡ. ସୁବଳ କିଶୋର କରଙ୍କ ମିଳିତ ଉଦ୍ୟମରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୩୫ ଛାତ୍ର ଛାତ୍ରୀଙ୍କ ସମେତ ୪୬ ଜଣ ସାଧାରଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହା ସହିତ ଚାଷୀମାନଙ୍କ ସକାଶେ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କ୍ଷେତ୍ରରେ ବ୍ୟବହୃତ ହେଉଥିବା କିଶାନ ଡ୍ରୋନ ର ଏକ ଡେମୋ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ତଥା ଫଟୋଗ୍ରାଫର ମହାସଂଘ ଓଡ଼ିଶା ର ସଭାପତି ସଞ୍ଜୟ ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଅରୁଣ କୁମାର ହୋତା, ସମ୍ମାନିତ ଅତିଥି ଡ.ସୁବଳ କିଶୋର କର ,ଶେଷଦେବ ପଧାନ, ‘ବରଗଡ଼ ଏକ୍ଟିଭ ଫଟୋଗ୍ରାଫର୍ ଆସୋସିଏସନ୍ ର ସଭାପତି କୁନା ମେହେର ଯୋଗ ଦେଇ ଆଜିର ପରିବର୍ତ୍ତିତ ସମୟରେ ଫଟୋଗ୍ରାଫି ଓ ଫଟୋଗ୍ରାଫର ର ଭୂମିକା ଉପରେ ଆଲୋକପାତ କରିଥିଲେ। ସଭାକୁ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିଲେ। ସଂଘ ର ସମସ୍ତ ସଭ୍ୟ ତଥା ସ୍କୁଲ ର ଅଧ୍ୟକ୍ଷ ବବ୍ରୁବାହନ ମିଶ୍ରଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *