Spread the love

ସାର କଳାବଜାରୀ ଅଭିଯୋଗ ନେଇ କୃଷି କାର୍ଯ୍ୟଲୟ ଘେରିଲେ ଚାଷୀ

ଭଟଲି (ଅଭିମନ୍ୟୁ ପଧାନ): ବରଗଡ଼ ଜିଲ୍ଲା ଭଟଲି ବ୍ଲକ ର ବିଭିନ୍ନ ଗାଁରୁ ଚାଷୀମାନେ ସଂଗଠିତ ହୋଇ ସାର କଳାବଜାରୀ ପ୍ରତିବାଦ ରେ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଖୋଲମ ଖୋଲା ଭାବରେ ଡିଲର୍ ଏବଂ ହୋଲସେଲର୍ ଆହେତୁକ ଚଢା ଦରରେ ସାର ବିକ୍ରି କରୁଛନ୍ତି । ୟୁରିଆ ୨୬୬.୫୦ ଟଙ୍କା ଥିବା ବେଳେ ୫୦୦ ଓ ଡିଏପି ୧୩୫୦ ଟଙ୍କା ଥିବା ବେଳେ ୧୭୦୦ ଟଙ୍କା ରେ ଦରରେ ବିକ୍ରି ହେଉଛି । ସବୁ ଗୋଦାମ ଗୃହ ରେ ଭରପୁର ମାତ୍ରାରେ ସାର ରହିଛି ମାତ୍ର ଅଭାବ ଦେଖାଇ ଏପରି ଲୁଟ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ବ୍ଲକ କୃଷି ଅଧିକାରୀ ଦେବାଶିଷ ଖମାରୀ ଅନେକ ସମୟ ଆଲୋଚନା ପରେ ଚାଷୀମାନଙ୍କୁ ଉଚିତ ମୂଲ୍ଯରେ ସାର ଦିଆଯିବ ବୋଲି ପ୍ରତିଶୃତି ଦେଇ ସାର ଯୋଗାଇ ଦେଇଥିଲେ। ଟେମରେନ, ଗୋପାଳପୁର, ସୁଲୁସୁଲିଆ ର ଚାଷୀମାନେ ଶହ ଶହ ବସ୍ତା ଡି ଏ ପି, ୟୁରିଆ ଏବଂ ପଟାସ ସାର ଉଚିତ ମୂଲ୍ୟରେ ନେଇଥିଲେ। ଏହି ଅବସରରେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ,ସାଧାରଣ ସଂପାଦକ ହର ବଣିଆଁ, ଅକ୍ଷୟ ପ୍ରଧାନ, ଭରତ ଚନ୍ଦ୍ର ନାୟକ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *