Spread the love

ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କଲେ କିସ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ

ଭୂବନେଶ୍ୱର, ୨୬/୧୨ : ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଝାଡ଼ଖଣ୍ଡର କିସ ଛାତ୍ରଛାତ୍ରୀ । ଏହା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ କିସ୍‍ ପରିଦର୍ଶନ ସମୟରେ କିସରେ ଝାଡ଼ଖଣ୍ଡରୁ ୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ଜାଣିବାକୁ ପାଇଥିଲେ । ସେ ଝାଡ଼ଖଣ୍ଡ ଛାତ୍ରଛାତ୍ରୀଙ୍କୁ ରାଜଭବନ ପରିଦର୍ଶନରେ ଆସିବା ପାଇଁ କହିଥିଲେ ।

ତେବେ ହଠାତ୍‍ ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ବୁଧବାର ରାଜ୍ୟପାଳ ରଘୁବର ଦାସ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଏ ସମ୍ପର୍କରେ କହିଥିଲେ । ସେଥିପାଇଁ ଆଜି କିସରେ ପଢ଼ୁଥିବା ଝାଡ଼ଖଣ୍ଡର ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କ ସହିତ ମଧ୍ୟାହ୍ନଭୋଜନ ମଧ୍ୟ କରିଥିଲେ। ଜନଜାତିଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପରାମର୍ଶଦାତା ସନ୍ତୋଷ ଶତପଥୀ ମଧ୍ୟ ଉପସ୍ଥିତ ରହି ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *