Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ;ସୁସ୍ଥ ରଖିବ ସାଇ‌େକଲ୍

 

 

ଜେ ବି ଏନ, ନାଲକୋ ନଗର, (ରିପୋର୍ଟ, ଚୈତନ୍ୟ ସାହୁ), ୦୭/୦୨/୨୦୨୧: କୋହଲା ପାଗ ତା’ ସାଙ୍ଗକୁ ହାଲୁକା ସୁଲୁସୁଲିଆ ପବନ। ସକାଳୁ ସକାଳୁ ଏଭଳି ଏକ ନିଆରା ପରିବେଶରେ ‘ ଜିଲ୍ଲା ଯୋଗ ସ˚ଘ ‘ ପକ୍ଷରୁ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ‘ଅନଗୁଳ ସାଇକ୍ଲୋଥନ୍‌’।୨ଟି ବିଭିନ୍ନ ବର୍ଗର ବ୍ଯକ୍ତି ବିଶେଷ ଏଥିରେ ସାମିଲ ହୋଇ ସିପିପି ରାସ୍ତାରେ ସାଇକେଲ୍‌ ଚଲାଇବାର ନିଆରା ମଜା ଉଠାଇଥିଲେ। ଏଫସିଆଇ ଛକ ଠାରୁ ଆରମ୍ଭ ହୋଇଥିଲା ସାଇକ୍ଲୋଥନ୍‌। ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନଗୁଳ ଯୋଗସଂଘର ସଭାପତି ପୁରୁଷୋତ୍ତମ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ।ମଞ୍ଚାସୀନ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ବିପ୍ଳବ ଜେନା, ସଂମାନିତ ଅତିଥି ଭାବେ ଅନଗୁଳ ଯୋଗସଂଘର ସଭାପତି ପୁରୁଷୋତ୍ତମ ସିଂ ,ସାଧାରଣ ସମ୍ପାଦକ ଡ଼ା. ବିଜୟାନନ୍ଦ ପଣ୍ଡା, ରାଜ୍ୟ ଯୋଗ ସଂଘର ସଂଯୋଜକ ଡ଼ା. ଅୟସ କାନ୍ତ ଦାସ,ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ସୁଜିତ କୁମାର ବେହେରା, ଆଇନ ପରାମର୍ଶ ଦାତା ପ୍ରଦୀପ ଦେବତା ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।ପରେ ସାଇକ୍ଲୋଥନ୍‌ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବ୍ଯକ୍ତି ବିଶେଷଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ୫୦ରୁ ଉର୍ଦ୍ଧ ଛାତ୍ର ଓ ଯୁବ ପିଢ଼ି ସାମିଲ ହୋଇ ସଡ଼କ ସୁରକ୍ଷା ସଚେତନତା, ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଏହି ସାଇକ୍ଲୋଥନ ନାଲକୋ ଏଫସିଆଇ ଛକଠାରୁ ଆରମ୍ଭ ହୋଇ ସିପିପି ଦେଇ ପୁଣି ଏଫ୍‌ସିଆଇ ଛକରେ ପହଞ୍ଚି ଦୀର୍ଘ ୫କିମି ଦୂରତା ଅତିକ୍ରମ କରିଥିଲେ। ଦୈନନ୍ଦିନ ଜୀବନରେ ସ୍ବାସ୍ଥ୍ୟ ସଚେତନ ପାଇଁ ଯେଉଁମାନେ ସାଇକେଲର ବ୍ୟବହାର କରୁଛନ୍ତି, ସେମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଉଦ୍ଦେଶ୍ୟରେ ଏହି ସାଇକ୍ଲୋଥନ୍‌ର ପ୍ରୟାସ ବୋଲି ସ˚ଘର ସାଧାରଣ ସମ୍ପାଦକ ଡ଼ା. ବିଜୟାନନ୍ଦ ପଣ୍ଡା ଜଣାଇଛନ୍ତି। ଆଜିର କାର୍ଯ୍ୟକ୍ରମ ରେ ସଂଘର କର୍ମକର୍ତ୍ତା ଦିଲ୍ଲୀପ କୁମାର ସାହୁ, ବିରେନ୍ଦ୍ର ସାହୁ, ବୁଲୁ ଖିଲାର, ରଜତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।ସଭା ଶେଷ ରେ ଜିଲ୍ଲା ଯୋଗ ସଂଘର କୋଷାଧ୍ୟକ୍ଷ ରଞ୍ଜିତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।