ଅନୁଗୋଳ ଏସ୍ପିଙ୍କ ଦ୍ୱାରା ଏନ୍ଟିପିସି ତାଳଚେର ଥର୍ମାଲ ସହଯୋଗରେ ନିର୍ମିତ କମ୍ୟୁନିଟି ହେଲଥ କ୍ଲବ୍ ଉଦ୍ଘାଟିତ
ତାଳଚେର/ ଅନୁଗୋଳ – ସମାଜର କଲ୍ୟାଣ ଏବଂ ଯୁବପିଢ଼ିଙ୍କ ଶାରୀରିକ ସୁସ୍ଥତା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏନ୍ଟିପିସି ତାଳଚେର ଥର୍ମାଲର ସହଯୋଗରେ ଛେଳିଆପଡ଼ାଠାରେ ଏକ କମ୍ୟୁନିଟି ହେଲଥ କ୍ଲବ୍ ନିର୍ମାଣ କରାଯାଇଛି। ୧୨ ନଭେମ୍ବର ୨୦୨୬ରେ ଏହାକୁ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ, ଆଇପିଏସ୍ ଉଦ୍ଘାଟନ କରିଥିଲେ। ଏହି ଅବସରରେ ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚାନ୍ଦ ଏବଂ ଏଜିଏମ୍ (ମାନବ ସମ୍ବଳ) ଶ୍ରୀ ଡି.ଏସ୍. କୁମାର ଉପସ୍ଥିତ ଥିଲେ।

ନବନିର୍ମିତ ଏହି କମ୍ୟୁନିଟି ହେଲ୍ଥ କ୍ଲବ୍ର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟର ବିକାଶ କରିବା। ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକମାନେ ବ୍ୟାୟାମ ଓ ଶାରୀରିକ ସୁସ୍ଥତା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବାର ସୁଯୋଗ ପାଇବେ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ସମସ୍ତ ଆଧୁନିକ ସ୍ୱାସ୍ଥ୍ୟ ଓ ବ୍ୟାୟାମ ଉପକରଣ ଉପଲବ୍ଧ କରାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ଏନ୍ଟିପିସି ତାଳଚେର ଥର୍ମାଲ ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ସମାବେଶୀ ଗୋଷ୍ଠୀଗତ ବିକାଶ ଏବଂ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଜାରି ରଖିଛି। କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ବିକାଶ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପକୁ ସହଯୋଗ ପ୍ରଦାନ କରାଯାଉଛି।

SP, Anugola inaugurates community health club supported by NTPC Talcher Thermal
Strengthening its commitment towards community welfare and fitness of youth, a Community Health Club, supported by Talcher Thermal was inaugurated by Shri Rahul Jain, IPS, Superintendent of Police (SP), Anugola in the presence of Shri Vijay Chand, Executive Director, Talcher Thermal and Shri DS Kumar, AGM (HR) at Chheliapada on 12th November 2026.
The newly constructed Community Health Club aims to promote physical fitness and overall well-being among the local residents. The facility is expected to provide a dedicated space for community members to engage in fitness activities and adopt healthier lifestyles. The health club is laced with all modern health and fitness equipment for the use of public.
The initiative reflects NTPC Talcher Thermal’s continued commitment to inclusive community development and improving the quality of life of people in its surrounding areas. Through its CSR interventions, the project continues to support initiatives in healthcare, education, infrastructure development and community welfare.
