Spread the love

ଅନୁଗୋଳ ଜିଲ୍ଲାର ଥାନା ଅଧିକାରୀଙ୍କ ସ୍ତରରେ ବଡ଼ ଧରଣର ଅଦଳବଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ନୂଆ ବର୍ଷରେ ନୂଆ ଏସପି ଭାବେ ସୁଧାଂଶୁ ମିଶ୍ର ଯୋଗଦାନ କରିବା ପରେ ଏହା ପ୍ରଥମ ଅଦଳବଦଳ।
କଲିୟେରୀ ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ ଛେଣ୍ଡିପଦା ଥାନାକୁ, ଛେଣ୍ଡିପଦା ଥାନା ଆଇଆଇସି ଧୀରେନ୍ କୁମାର ବେହେରାଙ୍କୁ ଅନୁଗୁଳ ସଦର ଥାନାକୁ, ଅନୁଗୁଳ ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କୁ କଲିୟରୀ ଥାନାକୁ, ବାଗେଡ଼ିଆ ଥାନା ଆଇଆଇସି ମାନସ କୁମାର ମହାକୁଡ଼ଙ୍କୁ ଏନଟିପିସି ଥାନା, ଏନଟିପିସି ଥାନା ଆଇଆଇସି ସ୍ମିତାଞ୍ଜଳୀ ପ୍ରଧାନଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା, ନିଶା ଶିଳ୍ପାଞ୍ଚଳ ଥାନା ଆଇଆଇସି ପ୍ରିୟବ୍ରତ ଦାସଙ୍କୁ ଠାକୁରଗଡ଼ ଥାନା, ଠାକୁରଗଡ଼ ଥାନା ଆଇଆଇସି ପିତାମ୍ବର ମଲ୍ଲିକଙ୍କୁ ଜରପଡ଼ା ଥାନା, ଜରପଡ଼ା ଥାନା ଆଇଆଇସି ସରୋଜକାନ୍ତ ସାମଲଙ୍କୁ ସମଲ ଥାନା, ସମଲ ଥାନା ଆଇଆଇସି ଯାଜ୍ଞସେନୀ ପ୍ରଧାନଙ୍କୁ ନାଲକୋ ଥାନା, ସାଇବର ଥାନା ଆଇଆଇସି ନିରୁପମା ଜେନାଙ୍କୁ ବଅଁରପାଳ ଥାନା, ବଅଁରପାଳ ଥାନା ଆଇଆଇସି ନରେଶ କୁମାର ସାହୁଙ୍କୁ ରେଙ୍ଗାଳି ଥାନା, ରେଙ୍ଗାଳି ଥାନା ଆଇଆଇସି ଓନାମ ଲାକ୍ରାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ, କିଆକଟା ଥାନା ଆଇଆଇସି ବିଜୟ କୁମାର ସ୍ବାଇଁଙ୍କୁ କଲିୟରୀ ଥାନା ଅତିରିକ୍ତ ଆଇଆଇସି ଓ ଚାଇଁପାଲ ଫାଣ୍ଡି ଅଧିକାରୀ ଭାବେ ବଦଳି କରାଯାଇଛି।
ସେହିଭଳି ସଦର ଥାନା ସବ୍ଇନିସପେକ୍ଟର ଆଶିଷ କୁମାର ସ୍ବାଇଁଙ୍କୁ କିଆକଟା ଥାନା ଅଧିକାରୀ ଓ ତାଳଚେର ଥାନା ସବ୍ ଇନିସପେକ୍ଟର ବିପ୍ଳବ ସାହୁଙ୍କୁ ବାଗଡ଼ିଆ ଥାନା ଅଧିକାରୀଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *