Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

 ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ପାଳନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ 

 

ଜେ ବି ଏନ, ୧୩/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ୧୫ ରେ ଓଡ଼ିଶା ବନ୍ଦ୍ ପାଇଁ କଂଗ୍ରେସ ର ପ୍ରସ୍ତୁତି ବୈଠକ। ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ଚଳିତ ୧୫ ତାରିଖରେ ବନ୍ଦ ଡାକରା ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଦିନ କଂଗେସ ଭବନ ଠାରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ସକାଳ ୭ ଟା ରୁ ଅପରାହ୍ନ ୧ ଟା ଯାଏ ବନ୍ଦ ପାଳନ ହେବ। ଏହି ବନ୍ଦ ସମୟରେ ଅତି ଜରୁରୀକାଳୀନ ସେବା ଜାରି ରହିବ। ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଛୋଟ ବଡ଼ କଳ କାରଖାନା, ବସ ଟ୍ରକ୍ ପରିବହନ, ଶିକ୍ଷାନୁଷ୍ଠାନ ପ୍ରଭୁତି ବନ୍ଦ ରଖିବାକୁ ନିବେଦନ କରିବାସହ ଅନୁଗୁଳ ଜିଲ୍ଲାର ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ଶ୍ରୀ ଜେନା ନିବେଦନ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ସମସ୍ତ ବ୍ଲକ ସଭାପତି, ମହିଳା, ଯୁବ ଓ ଛାତ୍ର କଂଗ୍ରେସ ସହିତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗୋଦେଇଥିଲେ।