oplus_0
Spread the love

ଅନୁଗୋଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ, ତା.୦୮.୦୧:- ୭୬ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ପୂର୍ବ ବର୍ଷର ପ୍ରସ୍ତୁତି ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ନିଷ୍ପତ୍ତି ମୁତାବକ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଅନୁଗୋଳ ପି ଟି ସି ପଡିଆ ଠାରେ ଆୟୋଜନ କରାଯିବ । ସେହିପରି ପ୍ରତ୍ୟୁଷରେ ଅନୁଗୋଳ ଜିଲ୍ଲା ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ଗାନ କରାଯାଇ ସହର ପରିକ୍ରମା କର କରାଯିବ । । ସକାଳ ୬.୩୦ ମିନିଟରୁ ୭ ଘଟିକା ମଧ୍ୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକ ଦ୍ବାରା ପ୍ରଭାତଫେରୀ କରାଯିବ। ଏହାଛଡା ବିଭିନ୍ନ ଅନୁଷ୍ଠାନରେ ସକାଳ ୭.୩୦ ଘଟିକା ସମୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଊତ୍ତୋଳନ ଚରାଯିବ । ନିର୍ଦ୍ଧାରିତ ସମୟ ସକାଳ ୯.୧୫ ମିନିଟ୍ ସମୟରେ ପି ଟି ସି ପଡିଆ ଠାରେ ରାଜ୍ୟ ସରକାରଂକ ଦ୍ବାରା ସ୍ଥିରିକୃତ ମୁଖ୍ୟ ଅତିଥ୍‌ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେ ପରେଡରେ କ୍ୟାଡେଟମାନଂ ଠାରୁ ଅଭିବାଦନ ଗ୍ରହଣ କରିବେ । ଆନୁଷ୍ଠାନିକ ପରେଡ ମାର୍ଚ୍ଚ ପାଷ୍ଟ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଂକ ଦ୍ବାରା ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ମୁଖ୍ୟ ଉତ୍ସବ ଦିନ ସନ୍ଧ୍ୟାରେ ରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପଡିଆରେ ଆବଶ୍ୟକ ବ୍ୟାରିକେଡିଂ ସହ ଅନ୍ୟାନ୍ୟ ଆନୁସଂଗିକ ସାଜସଜା କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗର ଅଧ୍ବକ୍ଷଣ ଯନ୍ତ୍ରାଂକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀମାନଂକ ମଧ୍ୟରେ ବକ୍ତୃତା,ଦେଶାତ୍ମବୋଧକ କଣ୍ଠ ସଂଗୀତ ଓ ଚିତ୍ରାଙ୍କନ ଚଳିତ ମାସ୧୫ ଓ ୧୬ ତାରିଖରେ ଆୟୋଜିତ ହେବ । ସେହିପରି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ମଧ୍ୟରେ ବକ୍ତୃତା(ତର୍କ) ଓ ପ୍ରି-ସ୍କୁଲ ଛାତ୍ର ଛାତ୍ରୀମାନଂକ ମଧ୍ୟରେ ଚିତ୍ରାଂକନ(ରଂଗଭରୋ) ପ୍ରତିଯୋଗିତା ମଧ୍ୟ ୧୬ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀମାନଂକ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତା ଓ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଂକ ମଧ୍ୟରେ ଏକକ ଅଭିନୟ ପ୍ରତିଯୋଗିତା ସାଧାରଣତନ୍ତ୍ର ଦିବସ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଅପରାହ୍ନ ୪.୦୦ ଘଟିକାରେ ଅନୁଷ୍ଠିତ ହେବ । ଏହାଛଡା ପରେଡ ଅଭ୍ୟାସ ଚଳିତ ମାସ ୨୨,୨୩ ଓ ୨୪ ତାରିଖରେ ପିଟିସି ପଡିଆରେ ସକାଳ ୮ ଘଟିକା ସମୟରେ ଅନୁଷ୍ଠିତ ହେବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀମାନଂକୁ ଫଳ ବଣ୍ଟନ କରାଯିବ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରଣ୍ୟେନ୍ଦୁ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଓ ବେସରକାରୀ ବିଭାଗର କର୍ମକର୍ତ୍ତା, ସ୍ୱେଛାସେବୀ, ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *