Spread the love

ଅନ୍ତର୍ଜାତୀୟ ମହିଳା ଦିବସ ଶାନ୍ତି ତପୋବନ ଆଶ୍ରମରେ ପାଳିତ

ବରଗଡ:୮/୩(ପବିତ୍ର ମେହେର )ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ସଂଯୁକ୍ତ ଯୁବ ସଂଗଠନ ଆନୁକୂଲ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଶାନ୍ତ ପରିବେଷ୍ଟିନି ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ, ବରଗଡ ପରିସରରେ ପାଳିତ ହୋଇଯାଇଛି lଏହି ଉତ୍ସବ ରେ ଅତିଥି ଭାବେ ଶ୍ରୀମତୀ ସୁଷମା ଦାସ ଅଧ୍ୟାପିକା କଳାପାଣି କଲେଜ, ଶ୍ରୀମତୀ ମଞ୍ଜୁଲତା ଶତପଥୀ ନିର୍ଦ୍ଦେଶିକା ଶ୍ରୀରାମ ନର୍ସିଂ କଲେଜ ସୋହେଲା, ଶ୍ରୀମତୀ ଶ୍ରଦ୍ଧା ଅଗ୍ରୱାଲ ମେକାନିକାଲ ଇଞ୍ଜିନିୟର ବେଙ୍ଗଲୁରୁ, ଶ୍ରୀଯୁକ୍ତ ହିରାରାମ ଭୋଇ ଓକିଲ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କଟକ ଯୋଗଦେଇ ମିଳିତ ଭାବେ ଉତ୍ସବକୁ ଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ lଶ୍ରୀମତୀ ମଞ୍ଜୁଲତା ଶତପଥୀ ଙ୍କ ସଭାପତିପ୍ତରେ ଅନୁଷ୍ଠିତ ସଭାରେ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ,ସୁଶ୍ରୀ ଲବଙ୍ଗ ସାହୁ ସହ ପରିଚାଳିକା ଆଶ୍ରମ, ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ ସଭାରେ ସଂଯୁଜନା କରିଥିଲେ ସୁଶ୍ରୀ ଲବଙ୍ଗ ସାହୁ l ଶ୍ରୀଯୁକ୍ତ ଦେବଦତ୍ତ ତ୍ରିପାଠୀ ସମ୍ପାଦକ ସଂଯୁକ୍ତ ଯୁବ ସଂଗଠନ ତଥା ମୁଖ୍ୟ, ଶାନ୍ତି ତପୋବନ ଆଶ୍ରମ ମହିଳା ମାନଙ୍କ ସଶକ୍ତିକରଣ ବିଷୟରେ ବକ୍ତବ୍ୟ ରଖିଥିଲେ l ପରେ ବଣିକ ସଂଘ (ଦିଶା) ବରଗଡ଼ ର ସଦସ୍ୟା ମାନେ ଆସି ଏହି ସଭା ରେ ଯୋଗ ଦେଇ ସଭା କୁ ସାଫଲ୍ୟ ମଣ୍ଡିତ କରିବାରେ ସାହାଯ୍ୟ କରିଥିଲେ । ସର୍ବଶେଷରେ ସମସ୍ତେ ମିଶି ନୃତ୍ୟ ପରିବେଷଣ କରି ଖୁବ୍ ମଜାକ ମସ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *