Spread the love

*ଅତାବିରା ଆନ୍ଧ୍ର କଲ୍ୟାଣମଣ୍ଡପରେ ଆନ୍ତର୍ଜାତୀୟ ମହିଳା ଦିବସ ଆୟୋଜିତ*

ବରଗଡ:୮/୩(ପବିତ୍ର ମେହେର )ଆଜି ବରଗଡ ଜିଲ୍ଲା ଅତାବିରା ଆନ୍ଧ୍ର କଲ୍ୟାଣ ମଣ୍ଡପରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଅଧ୍ୟକ୍ଷତା ରେ ଆନ୍ତର୍ଜାତୀୟ ମହିଳା ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହlଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା

ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଜିଲ୍ଲା ବିଜେପି ନେତା ସୁରେଶ୍ଵର ଶତପଥୀ, ସି ଡି ପି ଓ ଉର୍ମିଳା ପରିଡ଼ା, ଅବସର ପ୍ରାପ୍ତ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତପସ୍ଵିନୀ ଗୁରୁ , ସ୍ଵାଧୀନତା ସଂଗ୍ରାମୀଙ୍କ ଧର୍ମପତ୍ନୀ ପଞ୍ଚମୀ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ ।ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ, କବୟିତ୍ରୀ ତଥା ସମାଜସେବୀଙ୍କୁ ସାରସ୍ଵତ ସମ୍ମାନରେ ସମ୍ବର୍ଦ୍ଧିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୩୦ ଜଣ ମହିଳା ଓ ଆଶାକର୍ମୀ, ଏବଂ ୨୦ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରଶ୍ମୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳା ମାନଙ୍କ ପାଇଁ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଇ ବିଭିନ୍ନ ଯୋଜନା ଗୁଡ଼ିକୁ ହାତକୁ ନେଇଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ କହିଥିଲେ । କ୍ଷିରେଶ୍ୱରୀ ସ୍ୱାଇଁ, ସୁଭ୍ରତା ପାଢ଼ୀ, ସନ୍ତୋଷ ବାରିକ, ଜି ସତିଶ ଚୌଧୁରୀ, ଅଭିଷେକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।ଶତାଧିକ ମହିଳା, ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।ଶେଷରେ ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *