Spread the love

### ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା, ସପ୍ତାହେ ହେଲାଣି KBC ସୁଟିଂ ବନ୍ଦ

ମୁମ୍ବାଇ, ୮/୧୧: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ତାଙ୍କର ଅସୁସ୍ଥତା ଯୋଗୁଁ ଲୋକପ୍ରିୟ ଟେଲିଭିଜନ୍ କୁଇଜ୍‌ ଶୋ’ ‘କୌନ୍ ବନେଗା କରୋଡ଼ପତି’ (KBC)ର ସୁଟିଂ ଗତ ଏକ ସପ୍ତାହ ଧରି ବନ୍ଦ ରହିଥିବା ଖବର ସାମ୍ନାକୁ ଆସିଛି।

ଦୀର୍ଘ ବର୍ଷ ଧରି KBCର ଉପସ୍ଥାପନା କରି ଆସୁଥିବା ଅମିତାଭଙ୍କ ଆକର୍ଷଣୀୟ ଶୈଳୀ ଯୋଗୁଁ ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ତେବେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବାରୁ ନୂଆ ଏପିସୋଡ୍‌ର ସୁଟିଂ ସାମୟିକ ଭାବେ ବନ୍ଦ ରଖିବାକୁ ଶୋ’ର ନିର୍ମାତାମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, KBCର ଶେଷ ସେଲିବ୍ରିଟି ଏପିସୋଡ୍‌ରେ ଅଭିନେତା ରଣବୀର କପୁର, ସାଈ ପଲ୍ଲବୀ ଏବଂ ରବି ଦୁବେ ଯୋଗ ଦେଇଥିଲେ। ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଚାର ପାଇଁ ସେମାନେ ଏହି ମଞ୍ଚକୁ ଆସିଥିଲେ।

ପ୍ରଥମେ ଏହି ସ୍ୱତନ୍ତ୍ର ଏପିସୋଡ୍‌କୁ ଫିଲ୍ମର ରିଲିଜ୍‌ ସମୟ ଆଖପାଖରେ ପ୍ରସାରଣ କରିବାକୁ ଯୋଜନା ରହିଥିଲା। କିନ୍ତୁ ଅମିତାଭଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚ୍ୟାନେଲକୁ ପ୍ରସାରଣ ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଏହି ଏପିସୋଡ୍‌କୁ ଦୀପାବଳି ସ୍ପେଶାଲ୍ ସପ୍ତାହର ଆରମ୍ଭରେ ପ୍ରସାରଣ କରାଯାଇଥିବା ସୂଚନା ମିଳିଛି।

ତେବେ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲେ ଆସନ୍ତା ସପ୍ତାହରୁ ପୁଣି KBCର ସୁଟିଂ ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।

 

Leave a Reply

Your email address will not be published. Required fields are marked *