Spread the love

ଅମ୍ବାଭୋନା ଠାରେ ଅପରେସନ ସିନ୍ଦୁର ର ସଫଳତା କୁ ନେଇ ତ୍ରିରଙ୍ଗା ଶୋଭା ଯାତ୍ରା

ଅମ୍ବାଭୋନା ୨୨/୫/୨୫ (ପ୍ରକାଶ ଚନ୍ଦ୍ର ରଥ )ବରଗଡ ଜିଲ୍ଲା ଅମ୍ବାଭୋନା କେଦାରନାଥ ମନ୍ଦିର ଠାରୁ ପ୍ରକାଶପୁର ସ୍ଥିତ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରେସନ ସିନ୍ଦୁର ର ସଫଳତା ଓ ଭାରତୀୟ ସେନା ବାହିନୀ ର ଦକ୍ଷତା କୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୬ ଟା ସମୟ ରେ ଅମ୍ବାଭୋନା କେଦାରନାଥ ମନ୍ଦୀର ରେ ପୂଜାର୍ଚ୍ଚନା କରି ବିରାଟ ମୋଟରସାଇକେଲ ଦ୍ୱାରା ତ୍ରିରଙ୍ଗା ଶୋଭା ଯାତ୍ରା କରାଯାଇଥିଲା।

ଏହି ଶୋଭାଯାତ୍ରା ରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା ବିଜେପି ସଭାପତି ଡ. ଅରୂପା ସାହୁ ସାମିଲ ହୋଇ ଜାତୀୟ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭ ଉଦଘାଟନ କରିଥିଲେ। ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ ପରାକ୍ରମ ର ଏହି ଶୋଭାଯାତ୍ରା କୁ ଦେଶର ସୀମାନ୍ତ ରେ ଲଢ଼ୁଥିବା ଜାଗ୍ରତ ପ୍ରହରୀ ଭାରତୀୟ ସେନା ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ ବୋଲି କହିଥିଲେ। ଦେଶ ଭକ୍ତି ର ଭାବନା ରେ ଉଦବୁଦ୍ଧ ହୋଇ ପ୍ରତ୍ୟେକ ଜନ ସାଧାରଣ ଙ୍କୁ ଏଥିରେ ଭାଗ ନେବା ପାଇଁ ସେ ଉତ୍ସାହିତ କରିଥିଲେ। ଭାରତୀୟ ସେନା ର ଅଦମ୍ୟ ସାହସ କୁ ସମ୍ମାନ ଜଣାଇ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଅମ୍ବାଭୋନା ବ୍ଲକ ର ଅବସର ପ୍ରାପ୍ତ ସେନା ସମ୍ବଲପୁରୀ ଗ୍ରାମ ର ଶ୍ରୀ ଉପେନ୍ଦ୍ର ପୋଢ଼,ଅମ୍ବାଭୋନା ଗ୍ରାମର କିଶୋର ପୁରୋହିତ, ଭୁକ୍ତା ଗ୍ରାମ ର ସ୍ୱାଧୀନ ସାହୁ, ଖଇରପାଲି ଗ୍ରାମ ର ଦିଲ୍ଲୀପ ନାଏକ ଓ ଗଂଗେଇ ଗ୍ରାମ ର କାର୍ଯ୍ୟ ରତ ସେନା ବୀରେନ୍ଦ୍ର ଦୁଆନ ଙ୍କୁ ଶ୍ରୀଯୁକ୍ତ ପୁରୋହିତ ପୁଷ୍ପ ମାଲ୍ୟ, ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ଏହି ଶୋଭା ଯାତ୍ରା ରେ ସବୁ ବର୍ଗ ର ନାଗରିକ ଙ୍କ ସହ ପ୍ରଶାସନିକ ଅଧିକାରୀ ଅମ୍ବାଭୋନା ତହସିଲଦାର ରଘୁନାଥ ପାଣିଗ୍ରାହୀ,ଅମ୍ବାଭୋନା ପୋଲିସ ବାହିନୀ, ଅବସର ପ୍ରାପ୍ତ ସେନା ଙ୍କ ସମେତ ଅମ୍ବାଭୋନା ଅଞ୍ଚଳ ର ବିଜେପି କର୍ମି ଗୁନାରୁ ପଧାନ, ଯୋଗୀନ୍ଦ୍ର ମିଶ୍ର ଏବଂ ବହୁ ସଂଖ୍ୟା ରେ ଜନସାଧାରଣ ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ଅମ୍ବାଭୋନା ରୁ ପ୍ରକାଶପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତା କି ଜୟ, ଜୟ ଯବାନ ଜୟ କିଷାନ ଧ୍ୱନି ରେ ଜୟ ଜୟ କରି ଶୋଭାଯାତ୍ରା ରେ ବାହାରିଥିଲେ।

Leave a Reply

Your email address will not be published. Required fields are marked *