Spread the love

ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବାର୍ଷିକୋତ୍ସବ

ଅମ୍ବାଭୋନା ୨୭/୧/୨୫ ଅମ୍ବାଭୋନା ବ୍ଲକ ଅଧିନସ୍ଥ ପୁରୁଷୋତ୍ତମ ସରକାରୀ ଉଚ୍ଚ ଵିଦ୍ୟାଳୟ ରୁଚିଦାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମେହେରଙ୍କ ସଭାପତିତ୍ବରେ ବାର୍ଷିକୋତ୍ସବ ମହସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ରୁଚିଦା ସରପଞ୍ଚ ଶ୍ରୀମତୀ ଚନ୍ଦ୍ରକଳା ଦେହେରୀ ମୁଖ୍ୟ ଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିତ୍ୟା ଭୋଇ, ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ ( ଶିକ୍ଷାବିଦ୍), ଉପେନ୍ଦ୍ର ପଧାନ, ଜଳନ୍ଧର ର୍ ପଧାନ , ସୁଲଳିତ ପାତ୍ର ପୂର୍ବତନ ଶିକ୍ଷକ , ପ୍ରଦୀପ ପଧାନ ପୂର୍ବତନ ସ୍କୁଲ ଚେୟାରମେନ ଏବଂ ଏସ ଏମ ଡି ସି ଭ୍ୟ ଓ ସଭ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ । ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ଖେଳ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଓ କପ୍ ପ୍ରଦାନ କରାଯାଇଥିଲା। ଗୋବିନ୍ଦ ଡନସନା ଦଶମ ଶ୍ରେଣୀ ଛାତ୍ରଙ୍କୁ ଚଳିତ ବର୍ଷର ଛାତ୍ର ଭାବରେ ରେ ସମ୍ମାନୀତ କରାଗଲା। ଶୃଙ୍ଖଳା କ୍ଷେତ୍ରରେ ବାଳକରେ ଭୋପେଶ ସାହୁ ଓ ବାଳିକା ଅନ୍ନପୂର୍ଣ୍ଣା ପଧାନ , ବେଷ୍ଟ୍ ଭଲ୍ୟୁଣ୍ଟିଅର୍ ବାଳକରେ ଶୁଭମ୍ ପଧାନ ଓ ବାଳିକା ସୁଭଦ୍ରା ମେହେର, ସ୍ପୋର୍ଟସ ଚମ୍ପିୟାନ ବାଳକ ଗୋବିନ୍ଦ ଡନସନା ଓ ବାଳିକା ସୌମ୍ୟାଶ୍ରୀ ଭୁଏ ଙ୍କୁ ଚମ୍ପିୟାନ କପ୍ ଓ ମାନପତ୍ର ଦେଇ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଗଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମରେ ବରିଷ୍ଠ ଶିକ୍ଷୟତ୍ରୀ ରୀନା କୁମାରୀ ମେହେର,ସବିତା ଦେହେରି, ପୁଷ୍ପାଙ୍ଗିନୀ ଭୁଏ ,ମେନକା ସୁନା,ମେନକା ମେହେର ,ପ୍ରଭାତ କୁମାର ନାୟକ,ବଳରାମ ରଣା, ହରବଲ୍ଲଭ ପଧାନ , ତରଣୀସେନ ପଧାନ , ଉମେଶ ଭୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ତନୟା ଡନସନା ଧନ୍ୟବାଦ ଅର୍ପଣ କରିଥିଲେ । ‎

Leave a Reply

Your email address will not be published. Required fields are marked *