Spread the love

ଅମ୍ବାଭୋନା ରେ ରାଧାକୃଷ୍ଣ ମନ୍ଦିର ର ରତ୍ନମୂଦ ମହୋତ୍ସବ ।


**********************
ଅମ୍ବାଭୋନା –02/02/2023। ବରଗଡ଼ ଜିଲ୍ଲାର ଅମ୍ବାଭୋନା ଠାରେ ନିର୍ମାଣଧୀନ ରାଧାକୃଷ୍ଣ ମନ୍ଦିର ର ରତ୍ନମୂଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଦିର୍ଘ 15 ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଏହି ମନ୍ଦିର ର ରତ୍ନମୂଦ ଅବସରରେ କୁଳପୁରୋହିତ ପଣ୍ଡିତ ହିମାଂଶୁ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋମଯଜ୍ଞ ରେ ପଣ୍ଡିତ ସୀତାରାମ ରଥ, ପୁର୍ଣାନନ୍ଦ ଷଡ଼ଙ୍ଗୀ, ତୁଷାର ପୁଝାରୀ, ପ୍ରଫୁଲ୍ଲ ଶତପଥୀ, ସଞ୍ଜିବ ଦାଶ ପ୍ରମୁଖ ମନ୍ତ୍ରପାଠ ସହ ପୂଜାର୍ଚ୍ଚନା କରିଥିଲେ, ସଚ୍ଚିଦାନନ୍ଦ ପ୍ରଧାନ ଓ ଲକ୍ଷ୍ମୀ ପଧାନ ସପତ୍ନୀକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ଶ୍ରଦ୍ଧାଳୁ ଭକ୍ତମାନେ ଏହି ରତ୍ନମୂଦ ମହୋତ୍ସବ ରେ ଭଗନେଇ ମନ୍ଦିର ର ଚୁଡାରେ ଧାନ, ସୁନା ରୁପା, ଟଙ୍କା ପଇସା ,ଧାତବ ପଦାର୍ଥ ଅର୍ପଣ କରିଥିଲେ । ଏହି ଅବସରରେ ସୁଶ୍ରୀ ବନ୍ଦିତା ନାୟକଙ୍କ ସୁନ୍ଦରାକାଣ୍ଡ ପାରାୟଣ, ଏବଂ ସୁଶ୍ରୀ ରଞ୍ଜିତା ହଂସ, ସୁଶ୍ରୀ ଜ୍ୟୋତି ସାହୁ ଙ୍କ ମହିଳା ସକିର୍ତନ୍ଯ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ହୋଇଥିଲା ।ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *