Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ଆର୍ଥିକ ରାଶି ପ୍ରଦାନ 

(ଜେ ବି ଏନ /ସୁବ୍ରତ କୁମାର) ୧୫/୦୧ /୨୦୨୧ ଅନୁଗୋଳ : ଶ୍ରୀ ରାମ ଜନ୍ମଭୁମି ଅଯୋଧ୍ୟା ରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଛି ।ଆଜି ନାଲକୋ ନଗର ଅନୁଗୋଳ ଠାରେ ସଂଗ୍ରହ ପ୍ରାରମ୍ଭ ହୋଇ ଯାଇଛି ।ଏହି ଅବସରରେ ଶ୍ରୀ ରାମ ଜନ୍ମ ଭୁମି ମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀ ନୀଳକଣ୍ଠ ମହାରଣା ଯେ କି ଜଣେ ନାଲକୋ କର୍ମଚାରୀ ୫୦ ହଜାର ଟଙ୍କା ର ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।ତାଙ୍କ ବ୍ୟତୀତ ଡା. ସିକନାଥ ସାହୁ ୨୧ ହଜାର, ନିର୍ମଳ ପଟନାୟକ ୧୦ ହଜାର, ଓ ବିଜୟ କୁମାର ସାହୁ ୨୦ ହଜାର ଟଙ୍କା ର ଚେକ୍ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି ।